You are currently viewing କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର
କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର

କନ୍ଧମାଳ: ତା, ୧୮/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ କନେଷ୍ଟବଲ ପ୍ରେମ ସିଂ ମାଝୀ। ତାଙ୍କୁ ପ୍ରଥମେ ଇନ୍ଦ୍ରଗଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରଯାଇଥିଲା। ଏହାପରେ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଗୁରୁବାର ସନ୍ଧ୍ୟାରେ ଅଣାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସନ୍ଧ୍ୟା ୭ଟା୨୦ ମିନିଟ୍‌ ସମୟରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଏହି ସମୟରେ ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନାଙ୍କ ନେତୃତ୍ୱରେ ମେଡ଼ିକାଲରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କଥା ବୁଝିଥିଲେ। ଭଞ୍ଜନଗର ମେଡ଼ିକାଲରେ ଅସ୍ଥିଶଲ୍ୟ ଏବଂ ସର୍ଜରୀ ବିଶେଷଜ୍ଞ ନଥିବା ଯୋଗୁ ବ୍ରହ୍ମପୁର ଏବଂ ଆସିକା ରୁ ଦୁଇଜଣ ଡାକ୍ତରଙ୍କୁ ଡେପୁଟେଶନେରେ ହଠାତ୍‌ ଅଣାଯାଇଥିଲା।

Oplus_131072
Oplus_131072

ଉକ୍ତ ଦୁଇ ଡାକ୍ତର ଏବଂ ଭଞ୍ଜନଗର ମେଡିକାଲ ଷ୍ଟାଫ ଆହତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରାଯାଇଛି। ତାଙ୍କ ସାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଭଞ୍ଜନଗର ମେଡିକାଲ ଅଧିକ୍ଷକ ଡାକ୍ତର ସିତାନସୁ ଶେଖର ଶତପଥୀଙ୍କ ନେତୃତ୍ୱରେ ଡାକ୍ତର ଟିମ ଆହତଙ୍କ ଚିକିତ୍ସା କରିଥିଲେ।