You are currently viewing ଝରିପଦର ଗ୍ରାମକୁ ବୀମାଗ୍ରାମ ରୂପେ ଘୋଷଣା
ଝରିପଦର ଗ୍ରାମକୁ ବୀମାଗ୍ରାମ ରୂପେ ଘୋଷଣା

ଦିଗପହଣ୍ଡି:୨୬/୧୧ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଝରିପଦର ଗ୍ରାମକୁ ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଶାଖା ପକ୍ଷରୁ ବୀମା ଗ୍ରାମରୂପେ ଘୋଷଣା କରିଥିଲେ। ଏହି ଖୁସି ମୁହୂର୍ତ୍ତରେ ଗ୍ରାମରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶାଖାର ଚିପ୍ ମ୍ୟାନେଜର ଗଞ୍ଜି ପ୍ରସାଦ, ବ୍ରାଞ୍ଚ ମ୍ୟାନେଜର କୋମଳକାନ୍ତ ପାତ୍ର, ଡେଭଲ୍ପମେଣ୍ଟ ଅଫିସର ଶିବ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟ ତଥା ଗ୍ରାମ ସଭାପତି ଜି.ସିମାଞ୍ଚଳ ରେଡ୍ଡୀ, ଉପ ସଭାପତି ପି. ଶ୍ରୀରାମୁଲୁ ରେଡ୍ଡୀ,ସ୍ଥାନୀୟ ସରପଂଚ ବି.ଲିଙ୍ଗରାଜ ଦୋରା , ନ୍ୟାୟ ସରପଂଚ ପ୍ରକାଶ ଚନ୍ଦ୍ର ବେହେରା, ପୂର୍ବତନ ସଭାପତି ମିଟୁ ଗୌଡ଼ , କୃଷ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ, କାଳୁ ଗୌଡ଼, ବିକ୍ରମ ବେହେରା, ଧୋବା ବେହେରା, ପ୍ରହଲ୍ଲାଦ ରେଡ୍ଡୀ, ରାଜାରାଓ ରେଡ୍ଡୀ, କେ.ମୁନା ରେଡ୍ଡୀ, ଶ୍ୟାମଘନ ବେହେରା, ସନାତନ ରେଡ୍ଡୀ ,ବିଶ୍ଵାନାଥ ରେଡ୍ଡୀ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମଟିକୁ ତୋଫାନ ରେଡ୍ଡୀ, ଭି. ଜିତୁ ରେଡ୍ଡୀ, ଶଙ୍କର ଗୌଡ଼, ନିଳାଞ୍ଚଳ ଗୌଡ଼, କୁରେଶୁ ଡ଼ାକୁଆ, ଆଙ୍ଗଲୁ ରେଡ୍ଡୀ ସହଯୋଗ କରିଥିଲେ। ଏଲ୍ ଆଇ ସି ତରଫରୁ ଝରିପଦର ଗାଁକୁ 50,000 ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଏହି ସଫଳତା ଏଲ୍ ଆଇ ସି ଆଡ୍ ଭାଇଜର ଆର୍.ଜୀବନ ରେଡ୍ଡୀଙ୍କୁ ସମସ୍ତ ଶ୍ରେୟ ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି।