ଖଲ୍ଲିକୋଟ ,ତାରିଖ – ୨୦/୦୩,ଓଡ଼ିଶାର ଦ୍ବିତୀୟ ଉଚ୍ଚତ୍ତମ ଖଲ୍ଲିକୋଟ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁରୀ ପଣ୍ଡାଙ୍କ ଦ୍ବାରା ଚତୁର୍ଦ୍ଧା ମୂର୍ତ୍ତିଙ୍କର ବଡ ସିଂଘାର ବେଶ ସମ୍ପାଦିତ ହୋଇଛି। ଏହି ବିରଳ ଓ ଜାଗତିକ ଦୃଶ୍ୟ ଦେଖିବା ପାଇଁ ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ଦେଖିଵାକୁ ମିଳିଥିଲା। ପବିତ୍ର ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଜିଉ ମାନଙ୍କର ଅନନ୍ୟ ବଡ ସିଂଘାର ବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ପ୍ରବଳ ଉତ୍ସାହ ଓ ଉଦିପନା ଭିତରେ ଅନୁଷ୍ଠିତ ହୋଇଛି।

ଶ୍ରୀ ଜିଉ ମାନଙ୍କୁ ବଡ ସିଂଘାର ବ୍ୟଞ୍ଜନର ଆଦି ଲାଗି ହେବା ପରେ ଗୀତ ଗୋବିନ୍ଦର ତାଳେତାଳେ ଭକ୍ତ ମାନେ ଅତ୍ୟନ୍ତ ଉଲ୍ଲସିତ ହୋଇ ବଡ ସିଂଘାର ବେଶ ଦର୍ଶନ କରିବା ସହ ନାଚି ଉଠିଥିଲେ। ଭକ୍ତ ମାନଙ୍କ ଆବେଗ ଭରା ଜୟ ଜଗନ୍ନାଥ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା|
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
