You are currently viewing ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା,ରେଯୋଗଦେଲେ ବିଧାୟକ,
ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା,ରେଯୋଗଦେଲେ ବିଧାୟକ,

(ବିପିସିଙ୍କ ମନ ମାନି ଯୋଗୁଁ ବହୁ ଜନ ପ୍ରତିନିଧି ଓ ସାମ୍ବାଦିକ ଙ୍କୁ ଡାକରା ନାହିଁ ,

ପୁରୁଷୋତ୍ତମପୁର,ତା.୧୦/୦୬/୨୦୨୫:
ଆଜି ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ପରିସର ରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିପିସି ସାଇଦତ୍ତ ବେହେରା ଓ ସିଡ଼ିପିଓ ଲଳିତା ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବ୍ଲକର 15ଗୋଟି ପଞ୍ଚାୟତ ର 16 ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଭାଗ ନେଇ ନିଜ ନିଜର ଓଡ଼ିଆ ପାରମ୍ପରିକ ବିଭିନ୍ନ ପ୍ରକାର ହସ୍ତ ତିଆରି ରନ୍ଧନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନୀ ଷ୍ଟଲ୍, ମାଧ୍ୟମରେ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।

ଏଥିରେମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବ୍ଳକ ଅଧକ୍ଷା ପିଙ୍କି ବେହେରା,ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ, ବିଧାୟକ ପ୍ରତିନିଧି କୋରନାଥ ସ୍ୱାଇଁ, ଜଗତ ବନ୍ଧୁ ପଣ୍ଡା, ବିପିଏମ, ମିନେନ୍ଦ୍ର ଦଳେଇ, ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ବିଏଲ ଏଫ ସଭାନେତ୍ରୀ ଓ ସମ୍ପାଦିକା ଙ୍କ ସହ ବହୁ ଏମ୍ବିକେ ଉପସ୍ଥିତ ରହି ଥିଲେ |


ତେବେ ଓଡ଼ିଆ ର ପାର ମ୍ପରିକ ଖାଦ୍ୟ, ସମ୍ପୂର୍ଣ ପରିଷ୍କାର ପରିଛନ୍ନସହିତ ଉତ୍ତମ ଗୁଣ ବତ୍ତା, ସ୍ୱାଦିଷ୍ଟ, ଭାବରେ ପ୍ରସ୍ତୁତ କରିଥିବା ସ୍ୱୟଂ ସହାୟିକା ଗୋଷ୍ଟି ପ୍ରତି ଯୋଗୀ ମାନଙ୍କ ଖାଦ୍ୟ କୁ ପରୀକ୍ଷା କରିବା ପାଇଁ ପାଞ୍ଚ ଜଣିଆ ବିଚାରକ ମଣ୍ଡଳୀ ଯଥା, ବିଡ଼ିଓ, ସିଡିପିଓ, ବିପିସି, ବିପିଏମ ଓ ବ୍ଳକ ଅଧକ୍ଷ ଙ୍କ ଦ୍ୱାରା ବିଚାର କରାଯାଇ ତଥା ଖାଦ୍ୟର ମାନ ଓ ଗୁଣବତ୍ତା ଏବଂ ଟେଷ୍ଟ କରାଯାଇ ଦୁଇଗୋଟି ଏସ ହେଚ ଜି ଗ୍ରୁପ କୁ ଶ୍ରେଷ୍ଠ ବିବେଚନା କରା ଯାଇଥିଲା ପ୍ରଥମ ଭାବେ ଭାଟ କୁମରଡ଼ା ର ବୃନ୍ଦାବତି ଏସ ହେଚ ଜିଗ୍ରୁପ ର ସଭାନେତ୍ରୀ ସନ୍ତୋଷୀ ଜେନା, ସମ୍ପାଦିକା ମନୋରମା ସେଠୀ ଙ୍କୁ 5000(ପାଞ୍ଚ ହଜାର ଟଙ୍କା ର ଚେକ, ଓ 2ୟ ପ୍ରତିଯୋଗି ଭୁତ ସରସିଙ୍ଗି ପଞ୍ଚାୟତ ର ବାଲୁକେଶ୍ୱର ସ୍ୱୟଂ ସହାୟିକା ଗ୍ରୁପ ର ସଭାନେତ୍ରୀ ସନ୍ତୋଷୀ ଜେନା ଓ ସମ୍ପାଦିକା ବବିତା ଜେନା ଙ୍କୁ 4000(ଚାରି ହଜାର ଟଙ୍କା ର ଚେକ ବିଧାୟକ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |

ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ମହିଳା ମାନଙ୍କୁ ଶସସ୍ତ୍ରୀ କରଣ କରି ନିଜର ଆତ୍ମ ରୋଜଗାର ସୁଦୃଢ କରିବା ପାଇଁ ଏହା ଏକ ମାଧ୍ୟମ ଭାବେ ଆରମ୍ଭ କରିଛନ୍ତି |ତେବେ ସରକାର ଙ୍କ ନିର୍ଦେଶ ଥିଲା ଯେ ସବୁ ଜନ ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ଡାକିବାକୁ ତେବେ ବିପିସ ଙ୍କ ମନ ମାନୀ ଯୋଗୁଁ ଏବଂ ସମୟ ନିର୍ଘଣ୍ଟ ରୁ ପ୍ରାୟ 5ଘଣ୍ଟା ବିଳମ୍ଭ ରେ ଆରମ୍ଭ କରିବାରୁଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ସେହି ସ୍ଥାନକୁ ଯାଇ ଫେରି ଆସିଥିଲେ | ବ୍ଳକ ଉପାଧ୍ୟାକ୍ଷାଙ୍କ ପ୍ରତିନିଧି ଓ କିଛି ବ୍ଳକ ଷ୍ଟାଫ ସହିତ ବି ଏଲ ଏଫ ର କିଛି କର୍ମ କର୍ତ୍ତା ଦୁଇ ଜଣ ସାମ୍ବାଦିକ ଙ୍କୁ ଛାଡିଦେଲେ ଅନ୍ୟ କୌଣସି ସାମ୍ବାଦିକ ମାନଙ୍କୁ ଡକା ଯାଇନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇ ଥିଲା |

ତେବେ ରାଜ୍ୟ ସରକାର ଙ୍କ ନିର୍ଦେଶ କୁ କଣ ପାଈଁ ଏବଂ କେଉଁ ମନ୍ଦ ଉଦେଶ୍ୟ ନେଇ ଏପରି କରାଗଲା ତା ଉପରେ ବିଧାୟକ ଓ ବିଡ଼ିଓଶୁଣି ବିପିସି ଙ୍କ ଉପରେ ବିରକ୍ତ ପ୍ରକାଶ କରି ତାଙ୍କୁ ବିଡ଼ିଓ ଙ୍କ କକ୍ଷ କୁ ଡାକିବାକୁ ଫୋନ କରି ଥିଲା ବେଳେ ତାଙ୍କମୋବାଇଲ ସୁଇଚ ଅଫ ଥିଲା | ତେବେ ଏହା ଉପରେ ଏହି ମାନେ ଜିଲ୍ଲା ପାଳ ଙ୍କୁ ମଧ୍ୟ ଅବଗତ କରାଇବେ ବୋଲି କହିଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ