ଖଲ୍ଲିକୋଟ ; 12/1 ରାଜ୍ୟ ସରକାରଙ୍କ 5T ରୂପାନ୍ତରିକରଣ ଯୋଜନା ମାଧ୍ୟମ ରେ ଖଲ୍ଲିକୋଟ ବ୍ଲକ ର ସମସ୍ତ 32 ଗୋଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ହୋଇଥିବା ଜଣାପଡିଛି | ଦୀର୍ଘ ଦିନ ହେଲା ଖଲ୍ଲିକୋଟ ବ୍ଲକ ବହୁ ପୁରାତନ ସରକାରୀ ଓ ବେସରକାରୀ ଉଚ୍ଚ ବଦ୍ୟାଳୟ ନିର୍ମାଣ ଓ ମରାମତୀ ଅଭାବରୁ ବିଦ୍ୟାର୍ଥୀ ମାନେ ପାଠ ପଢା ସାଙ୍ଗକୁ ଡିଜିଟାଲ ଶିକ୍ଷା ରୁ ବଂଚିତ ହୋଇ ଆସୁଥିଲେ | ଏହି କ୍ରମ ରେ ପ୍ରଥମ ପର୍ଯ୍ୟୟ ରେ 3 ଗୋଟି ଦ୍ବିତୀୟ ପର୍ଯାୟ ରେ 11 ଗୋଟି ଓ ତୃତୀୟ ପର୍ଯାୟ, ତୃତୀୟ ପର୍ଯ୍ୟାୟ ରେ 7 ଗୋଟି ଓ ଗତକାଲି ଚତୁର୍ଥ ପର୍ଯ୍ୟାୟ ରେ 11 ଗୋଟି ଉଚ୍ଚ ବିଦ୍ୟାଳୟ ସମେତ 32 ଗୋଟି ବିଦ୍ୟାଳୟ 5T ମାଧ୍ୟମ ରେ ରୂପାନ୍ତରିକରଣ
କରାଯାଇଛି |ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମ ରେ ଖଲ୍ଲିକୋଟ ବ୍ଲକ ର ତୁଳସୀପୁର ଠାରେ 5T ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଉତ୍ସବ ପାଳନ ହୋଇଥିବା ବେଳେ ମହାପୁରୁଷ ମାନଙ୍କ ର ପ୍ରତିମୂର୍ତ୍ତି ଗୁଡିକ ଲୋକାର୍ପଣ ହୋଇଥିଲା |ଉକ୍ତ ଉଦଘାଟନ ଉତ୍ସବ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ,ସାଂସଦ ପ୍ରତିନିଧି ରତ୍ନାକର ସାହୁ, ସରପଞ୍ଚ ସିକ ପାଣ୍ଡୀ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଭିକାରି ପାଣ୍ଡୀ ସମେତ ବ୍ଲକ ର ସମସ୍ତ କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀ ଓ ପଂଚାୟତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ | ବ୍ଲକ ର ବାଲୁକେଶ୍ବରପୁର ହାଇସ୍କୁଲ, ରାଧାଚରଣ ବୈଦ୍ୟ ବିଦ୍ୟାପୀଠ, ସକଳେଶ୍ୱର ଉଚ୍ଚ ବିଦ୍ୟାପୀଠ,, ଝ|ଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବଦ୍ୟାଳୟ ଦେବିଝର, ନୀଳକଣ୍ଠେଶ୍ଵର ବିଦ୍ୟାପୀଠ କୋମଣ୍ଡ, ଅନନ୍ତ ଗୁଞ୍ଜର ଉଚ୍ଚ ବିଦ୍ୟାଳୟ ଗୁରୁଣ୍ଠି, ମା ବହୁତୀ ଉଚ୍ଚ ବିଦ୍ୟାଳୟ ଡିମିରିଆ,ନୀଳକଣ୍ଟେଶ୍ୱର ଉଚ୍ଚ ବିଦ୍ୟାଳୟ କୈର|ସୀ ପ୍ରଭୃତି ବିଦ୍ୟାଳୟ କୁ ଲୋକାର୍ପିତ ହୋଇଥିଲା |ତେବେ ବିଦ୍ୟାଳୟ ଗୁଡିକ ରୂପାନ୍ତରିତ ହୋଇଥିବା ବେଳେ ଅଧିକାଂଶ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ମୁଖ୍ୟ ସମସ୍ୟା ଭାବେ ରହିଛି ଯାହାକି ଗୁଣାତ୍ମକ ଶିକ୍ଷା ବିଦ୍ୟାର୍ଥୀ ଙ୍କୁ ମିଳୁନଥିବା ଅଭିଭାବକ ମହଲ ରେ ଆଲୋଚନା ହେଉଛି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ganjam)
