ଆଜି ପୁରୁଷୋତ୍ତମପୁର ସହରରେ ସ୍ଥାନୀୟ ପୋଲିସ ଏକାଦଶ ଏବଂ ପୁରୁଷୋତ୍ତମପୁର ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଟସ ଜିତି ପ୍ରଥମେ ପୁରୁଷୋତ୍ତମପୁର ଏକାଦଶ ବ୍ୟାଟିଂ କରି ୧୧. ୨ ଓଭର୍ ରେ ୭୪ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲେ | ପରେ ପୁଲିସ ଏକାଦଶ ବ୍ୟାଟିଂ କରି ୮ ଓଭର ରେ 79 ରନ୍ କରି ବିଜୟ ହୋଇଥିଲେ | ଏହି ମ୍ୟାଚ ରେ ପୁଲିସ ଏକାଦଶ ର ଆଦିତ୍ୟ ନାରାୟଣ ପାତ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ | ସେ ମାତ୍ର ୬ ଗୋଟି ବଲ ରେ ପ୍ରଥମ ୨ ଗୋଟି ବଲ ରେ ୨ ଏବଂ ଲାଷ୍ଟ ୪ ଗୋଟି ବଲ ରେ ଲଗାତର ୪ ଛକ୍ମା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |

ଏହା ସହ କଳ୍ପତରୁ ହୋତା ମଧ୍ୟ ୯ ଗୋଟି ବଲ୍ ଖେଳି ସମାନ ୨୬ରନ୍ କରି ଲୋକଙ୍କର ଦୃଷ୍ଟି ଆକର୍ଷଣ ହୋଇଥିଲେ | ଏପଟେ ପୁରୁଷୋତ୍ତମପୁର ଏକାଦଶ ର ଅମିତ୍ କୁମାର ମହାପାତ୍ର ପ୍ରଥମ ଓଭର୍ ରେ ଦୁଇ ଗୋଟି ୱିକେଟ ନେଇ ଚର୍ଚ୍ଚା ର ପାତ୍ର ହୋଇଥିଲେ ପରିଶେଷରେ ପୁରୁଷୋତ୍ତମପୁର ଏକାଦଶବିଜୟୀ ପୋଲିସ ଏକାଦଶ କୁ ଅଭିନନ୍ଦନ ଜଣାଇଥିଲେ |

ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ କୁମାର ନାୟକଙ୍କ କହିବା କଥା ମନୁଷ୍ୟ ଯେତେବେଳେ ଚିନ୍ତା ଗ୍ରସ୍ତ ଓ ଭାରାକ୍ରାନ୍ତ ରହିଥିବ ସେତେବେଳେ ଏହିପରି ଖେଳ ଦ୍ଵାରା ଶାରୀରିକ ମାନସିକ ଓ ବୌଦ୍ଧିକ ଚିନ୍ତା ଗ୍ରସ୍ତ କୁ ଦୂର କରିବ ବୋଲି କହିଥିଲେ ତେଣୁ ଅଧିକାଂଶ ସମୟରେ ଶାରୀରିକ ଖେଳ ଖେଳିବା ଆବଶ୍ୟକ ଏହି ଖେଳକୁ ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
