You are currently viewing ଗଞ୍ଜାମ ମିନିଟ୍ରକ ମାଲିକ ସଂଘର ନୂତନ ସଭାପତି ନିର୍ବାଚନ।
ଗଞ୍ଜାମ ମିନିଟ୍ରକ ମାଲିକ ସଂଘର ନୂତନ ସଭାପତି ନିର୍ବାଚନ।

ବ୍ରହ୍ମପୁର ରବିବାର ଦିବା ୧୨ ଘଟିକା ସମୟରେ ମିନିଟ୍ରକ ମାଲିକ ସଂଘର କାର୍ଯ୍ୟାଳୟରେ ୩ ବର୍ଷ ପାଇଁ ମାଲିକ ସଂଘର ସଭାପତି ପାଇଁ ୨ ଜଣ ସଭ୍ୟ ପ୍ରତିଦ୍ବନ୍ଦିତା କରିଥିଲେ। ସଂଘର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ବାବୁଲା ବିଷୋୟୀ ଏବଂ ରାମକୃଷ୍ଣ ମିଶ୍ର ଏହି ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ଏହି ନିର୍ବାଚନରେ ଭାଗ ନେଇଥିଲେ।

ଏହି ନିର୍ବାଚନରେ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ଜେନା ପରିଚାଳନା ସୂଚାରୁରୂପେ ପରୀଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବାବୁଲା ବିଷୋୟୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦଠାରୁ ୧ ଖଣ୍ଡ ଭୋଟରେ ଜିତି ନବ ନିର୍ବାଚିତ ସଭାପତି ଭାବେ ଦାୟିତ୍ବ ନେଇଛନ୍ତି। ସେ ଜଣେ ମେଳାପି, ଶାନ୍ତ ଓ ଜଣେ ସମାଜସେବୀ ହୋଇଥିବାରୁ ତାଙ୍କୁ ପ୍ରତ୍ୟେକ ଅନୁଷ୍ଠାନ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଲାଣି।

ସେ ବିଭିନ୍ନ ଅନୁଷ୍ଠାନର ସଭ୍ୟରହି ସବୁବେଳେ ସମାଜ ପାଇଁ ବୃକ୍ଷରୋପଣ, ରକ୍ତଦାନ ଶିବିର ଏବଂ ଆକସ୍ମିକ ଦୁର୍ଘଟଣାରେ ସହଯୋଗରେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଏ ଅଞ୍ଚଳରେ ଜଣେ ସମାଜସେବୀ ହୋଇଥିବାରୁ ଏ ଅଞ୍ଚଳରେ ଖୁସିରେ ଧନ୍ୟବାଦ ଦେଇଛନ୍ତି।

ତାଙ୍କରି ସାଥିରେ ଉପସଭାପତି ଶ୍ରୀଯୁକ୍ତ କୃଷ୍ଣ ଦଳାଇ, ସମ୍ପାଦକ ବିଶ୍ଵଜିତ୍ ମହାନ୍ତି, ସହ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ସାହୁ, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଜେନା, ଉପଦେଷ୍ଟା ରମେଶ ଜେନା ଏବଂ ସମସ୍ତ ସଭ୍ୟ ସାଙ୍ଗରେ ନେଇ ସଂଘର ଏବଂ ସମାଜର ଉନ୍ନତି କରିବାକୁ ପ୍ରତିଶୃତି ଦେଇଛନ୍ତି।

ଗଞ୍ଜାମ ରୁ ବିଜୟ କୁମାର ପାଢୀଙ୍କ ରିପୋର୍ଟ IJB ନ୍ୟୁଜ୍।