You are currently viewing ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ। ୧୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ। ୧୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ଗୋପାଳପୁର , ୨୨/୦୯ – IJB – ( ସଞ୍ଜୟ କୁମାର ସାହୁ ) -:- ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଭାଲିଆଗଡ ଗଡ଼ କାଳୁଆ ସ୍ଥିତ ପାନ୍ଥନିବାସ ପରିସରରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ଏବଂ ସ୍ଵେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟନ କରି ଉତ୍ସାହର ସହିତ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ, ରକ୍ତଦାନ ଏକ ମହତ୍ କାମ ଏହି ମହତ କାର୍ଯ୍ୟରେ ରକ୍ତଦାନ କରି କାହାର ଜୀବନ ବଞ୍ଚାଇପାରିବା ତେଣୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଗୋଳନ୍ଥରା ଥାନା ଅଧିକାରୀ ଶ୍ରୀ ମହନ୍ତ କହିଥିଲେ I ସମ୍ମାନିତ ଅତିଥି ଭାବେ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵଜିତ ରାଏ, କୋଠାରିସିଂ ସରପଞ୍ଚ ଦୁର୍ଯୋଧନ ରେଡ଼ି ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ,ଏହି କାର୍ଯ୍ୟକ୍ରମରେ ରକ୍ତଦାନ କରିବା ପାଇଁ ଆସିଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସାମ୍ବାଦିକ ମାନଙ୍କ ମଧ୍ୟରେ ସଭାପତି ରାଜୀବ ମିଶ୍ର,ଉପ ସଭାପତି ଦିଲୀପ ସାହୁ , ସାମ୍ବାଦିକ ଟୁଟୁ ମହାପାତ୍ର,ସାମ୍ବାଦିକ ସୁଦର୍ଶନ ରାଉଳ, ସାମ୍ବାଦିକ ନବୀନ ଆଚାରୀ,ସାମ୍ବାଦିକ ମୁନା ପଟ୍ଟନାୟକ,ସାମ୍ବାଦିକ ନରସିଂହ ରାଓ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରୁଥିବା ବେଳେ କୋଠାରିସିଂ ସମିତି ସଭ୍ୟ ଆଶିଷ ରାଉଳ, ସମାଜସେବୀ ବି ଭରତ,ସିଏଚ୍ ନରେଶ , ହଳଦିଆ ପଦର ସମିତି ସଭ୍ୟ ପ୍ରବୀଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ମୋଟ ୧୨୨ ଜଣ ରକ୍ତଦାତା ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I
ଏମକେସିଜି ମେଡିକାଲ କଲେଜର ରକ୍ତ ଭଣ୍ଡାରର ଡାକ୍ତର ସି ଆର ସ୍ୱାଇଁ, ଗୋପାଳ କୃଷ୍ଣ ପଣ୍ଡା,ସୁଶାନ୍ତ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତ୍ର, ବାପୁନି ବେହେରାଙ୍କ ସମେତ ଏମକେସିଜି ରକ୍ତ ଭଣ୍ଡାରର କର୍ମଚାରୀ ମାନେ ନିୟୋଜିତ ରହି ରକ୍ତ ସଂଗ୍ରହ କରିଥିଲେ । ଆଗାମୀ ଦିନରେ ମଧ୍ୟ ସମାଜର ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେବାଲାଗି ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି ।