You are currently viewing ଷ୍ଟାଚ୍ୟୁ ପରେ ଭାଙ୍ଗିଲା ପାଚେରୀ
ଷ୍ଟାଚ୍ୟୁ ପରେ ଭାଙ୍ଗିଲା ପାଚେରୀ

ରାଉରକେଲା, ୬/୭: ହକି ବିଶ୍ୱକପ ପାଇଁ ସହରରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଏବେ ଭାଙ୍ଗିବାରେ ଲାଗିଛି ନିକଟ ଅତିତରେ ୪୦ ଲକ୍ଷ୍ୟ ଟଙ୍କାର ହକି ପ୍ରତୀକ ଷ୍ଟାଚ୍ୟୁ ଭାଙ୍ଗିଯାଇଥିବାବେଳେ ଷ୍ଟାଡିୟମର ଗେଟ୍ ନମ୍ବର ୨ର ରାସ୍ତା ଧସିବା ସହ ଫାବର୍ ବ୍ଳକ ଧୋଇ ହୋଇଯାଇଥିଲା ଏତଦ୍‌ବ୍ୟତୀତ ସୌନ୍ଦର୍ଯ୍ୟକରଣ ଅଧିନରେ ନିର୍ମିତ ସମସ୍ତ ଗଛ ଏବେ ଉଭାନ ହୋଇଯାଇଥିବାବେଳେ ଚଳାପଥ ମଧ୍ୟ ଭାଙ୍ଗିବା ଆରମ୍ଭ ହେଲାଣି।

ଏବେରାଉରକେଲା ବିମାନବନ୍ଦର ରୋଡ୍ ତଥା ହକି ଷ୍ଟାଚ୍ୟ ପାଖରେ ଥିବା ପାଚେରୀ ଭାଙ୍ଗି ମାଟିରେ ମିଶିଯାଇଛି।ବୁଧବାର ସନ୍ଧ୍ୟାରେ ସହରରେ ମାତ୍ର କେଇ କ୍ଷଣ ପାଇଁ ସାମାନ୍ୟ ବର୍ଷା ହୋଇଥିଲା।

ଏହି ଅଳ୍ପ ବର୍ଷାରେ କିନ୍ତୁ ହକି ଷ୍ଟାଟୁଠାରୁ ମାତ୍ରା ୫୦ ମିଟର ଦୂରତାରେ ଥିବା ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ ଭାଙ୍ଗିଯାଇଛି। ପାଖାପାଖି ୫୦ ଫୁଟ୍ ଲମ୍ବ ଯାଏ ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି।IJB news : Nilakantha pradhan