ମୋହନା ଥାନା ଅନ୍ତର୍ଗତ ମେରାପଲି ପଂଚାୟତର ଗୋଛାଗୁଡା ଗ୍ରାମରେ ବନବିବାଘ ପକ୍ଷରୁ ଚଢ଼ାଉ କରି ଦୁଇଜଣ ଶିକାରୀକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ବାଘ ଦାନ୍ତ, ଗୋଟିଏ ଧନୁତୀର ଓ ଫାସ ଜବତ କରିଛି l କିଛିଦିନ ପୂର୍ଵରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବନବିବାଘ ଗୋଛାଗୁଡା ଗ୍ରାମର ଚିତ୍ରସେନ ମଳିକଙ୍କ ଠାରୁ ବାଘ ଛାଲ ଜବତ କରି ଗୋଛାଗୁଡା ଗ୍ରାମର ଚିତ୍ରସେନ ସହ ଅନ୍ୟ ୬ ଜଣକୁ ଗିରଫ କରିଥିଲା l

ଏହି ଘଟଣାର ତଦନ୍ତ ଜାରି ରଖି ଅନ୍ୟ ଦୁଇ ଜଣ, ଚିତ୍ରସେନର ପୁଅ ସହଦେଵ ଓ ସହଯୋଗୀ ଲୁଲୁକୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏ ସି ଏଫ ସାଇନି ଶ୍ରୀ ଦାସ ସୂଚନା ଦେଇଛନ୍ତି l ବନବିବାଘ ସୂଚନା ପ୍ରକାଟେ ଅଭିଯୁକ୍ତ ମାନେ ପ୍ରାୟ ମାସକ ତଳେ ଗୋଛାଗୁଡା ଗାଁ ନିକଟରୁ ଏକ କଲରାପତିଆ ବାଘ ଶିକାର କରି ଭଜନଗର ରେ ଛାଲ ଓ ଦାନ୍ତ ବିକ୍ରି କରିଥିଲେ l ଏହାକୁ ଆଧାର କରି ସମ୍ପୃକ୍ତ ଅଭିଯୁକ୍ତ ଚିତ୍ର ମଳିକକୁ ଭଞ୍ଜନଗର ବନ ବିଭାଗ ଗିରଫ କରି ଏହି ଘଟଣାର ଅଧିକ ତଦନ୍ତ କରୁଥିଲା l ଗିରଫ ଚିତ୍ରର ସୂଚନାକୁ ନେଇ ସୋମବାର ଦିନ ପାରଳାଖେମୁଣ୍ଡି
ଏ ସି ଏଫ ସାଇନିଶ୍ରୀ ଦାସ, ଭଞ୍ଜନଗର ଏ ସି ଏଫ ବିମଳ ପ୍ରଧାନ ଙ୍କ ମିଳିତ ଚଢ଼ାଉରେ ଚିତ୍ର ମଲିକଙ୍କ ପୁଅ ସହଦେଵ ମଳିକ ଘରୁ ଦୁଇଟି ବାଘ ଦାନ୍ତ, ଗୋଟିଏ ଧନୁତୀର ଓ ଚାରୋଟି ଫାସ ଜବତ କରି ସହଦେଵ ସହ ତାର ସହଯୋଗୀ ଲୁଲୁକୁ ଗିରଫ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

ଏହି ଚଢ଼ାଓ ସମୟରେ ପାରଳାଖେମୁଣ୍ଡି ଏସି ଏଫ, ଭଞ୍ଜନଗର ଏ ସି ଏଫ, ମୋହନା ରେଞ୍ଜର ଲଷ୍ମୀପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ରେଞ୍ଜର ବିନୟ ପ୍ରକାଶ ବୁରୁ, ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ପୋଡାମାରି ବନପାଳ ଅନୁପ ବିଷୋୟୀ, ବନରଖି ଜୀବନ ତ୍ରିପାଠୀ, ସୁଶାନ୍ତ ଶେଖର ମିଶ୍ର, କ୍ଷେତ୍ରବାସୀ ମାହାଙ୍କୁଡ, ବସନ୍ତ ସାହୁ ଓ ବନ୍ଧ୍ୟା ଗମାଙ୍ଗ ସାମିଲ ଥିଲେ l ଗଜପତି ରୁ ବିଭୁତି ମଳିକ ଙ୍କ ରିପୋର୍ଟ ijb news
