You are currently viewing ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ
ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ

ଗଞ୍ଜାମ (24/10)ସୋରଡ଼ା ଅବକାରୀ ବିଭାଗ ଦ୍ୱାରା ବେଆଇନ ଦେଶୀ ମଦ ଅଡ୍ଡା ଉପରେ ଚଢ଼ାଉ କରି ଦେଶୀ ମଦ ପ୍ରସ୍ତୁତ ପୋଚ ଓ ଗୁଡ଼ ସହ ଦେଶୀ ମଦ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗଞ୍ଜାମ ଅବକାରୀ ଆଇ.ଇ. ମୋବାଇଲ ୟୁନିଟ ଅଧିକାରୀ ପ୍ରଦୀପ ମାହାନ୍ତି ଓ ତାଙ୍କ ଟିମ ,ସୋରଡ଼ା ଅବକାରୀ ଥାନା ଅଧିକାରୀ ମହାଦୀପମହାପ୍ରସାଦ ଓ ତାଙ୍କ ଟିମ , ବଡ଼ଗଡ଼ ଥାନା ଅଧିକାରୀ ବିମଲ କହଁର ଓ ତାଙ୍କ ଟିମ ମିଳିତ ଭାବ ରେ ବଡ଼ଗଡ଼ ଥାନା ରୁଗୁମୁ ଓ ଖଜୁରୀଡିହ ଗ୍ରାମର ଦୁଇଟି ବେଆଇନ ଦେଶୀ ମଦ ପ୍ରସ୍ତୁତି ସ୍ଥାନ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ସମୟ ରେ ୫୫୦୦ ଲିଟର ପୋଚ ଓ ୧୧୭୦ ଲିଟର ଦେଶୀ ମଦ ନଷ୍ଟ କରିବା ସହ ୨୦୦ କିଲୋଗ୍ରାମ ଗୁଡ଼ ଜବତ କରିଛନ୍ତି।