You are currently viewing ଜଙ୍ଗଲ ନିକଟରୁ ଯୁବକର ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ।
ଜଙ୍ଗଲ ନିକଟରୁ ଯୁବକର ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ।

ଗଞ୍ଜାମ ସୋରଡ଼ା ଥାନା ଲାଠିପଡ଼ା ଗାଁ ହାଡ଼ିବନ୍ଦର ଜଙ୍ଗଲ ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର।ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଉଥିବା ସନ୍ଦେହ କରୁଛି ପୋଲିସ। ମୃତ ଯୁବକ ଜଣକ ହେଲେ ଲାଠିପଡ଼ା ଗାଁର ବିଭୁ ପ୍ରସାଦ ସ୍ୱାଇଁ (23)।କେହି ହତ୍ୟା କରି ଜଙ୍ଗଲ ରେ ଫୋପାଡ଼ି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।ସୂଚନା ମୁତାବକ ଗତ 31 ତାରିଖ ଦିନ ବିଭୁ ଖରାବେଳ ସମୟରୁ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ। ପୁଅ ନିଖୋଜ ଥିବା ନେଇ ବାପା ସୋରଡ଼ା ଥାନାରେ ଏତଲା ଦେଇଥିଲେ।ଜଙ୍ଗଲରେ ମୃତ ଦେହ ପଡ଼ିଥିବା ନେଇ ଜଣେ ଗାଈ ଚରାଳି ଖବର ଦେବା ପରେ ପୋଲିସ ଓ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚି଼ହ୍ନଟ କରିଥିଲେ।ବିଭୁ ଜଣେ ଉଚ୍ଚ ଶିକ୍ଷିତ ଥିଲେ। ବି ଇ ଡ଼ି ଉତୀର୍ଣ ହେବା ପରେ ସରକାରୀ ଚାକିରି କରିବା ଲକ୍ଷରେ ରହିଥିଲେ।ସେ ଜଣେ ଭଲ ସ୍ଵଭାଵ ର ପିଲା ଥିବାରୁ ତାଙ୍କୁ କେହି ଇର୍ଷାନ୍ୱିତ ଭାବେ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।