ଚନ୍ଦ୍ରପୁର ତା-୨୬/୧୦/୨୫ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡାଙ୍ଗସୋରଡା ସରକାରୀ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଦ୍ମବିଭୂଷଣ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୯ତମ ପୁଣ୍ୟ ଜନ୍ମତିଥି ମହାଆଡମ୍ବରରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତିର ଉତ୍ତରଣ ସହ ପୂଜ୍ୟପୂଜା ପାଇଁ ଅଙ୍ଗୀକୃତ ନିୟମଗିରି ସାଂସ୍କୃତିକ ପରିଷଦ ଆୟୋଜନ ଏବଂ ଉନ୍ନୟନମୂଳକ ବିଭାଗ ଦ୍ଵାରା ପରିଚାଳିତ ଡାଙ୍ଗସୋରଡା ହାଇସ୍କୁଲ ସୈଜନ୍ୟରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଷିକେଶ ଜାଲି , ସେବା ନିବୃତ ବ୍ୟାଙ୍କ୍ ଅଧିକାରୀ ଶଙ୍କର ପ୍ରସାଦ ଦାସ୍, ଶିକ୍ଷକ ହେମନ୍ତ କୁମାର ମଲ୍ଲିକ ଓ ସାମାଜିକ କର୍ମୀ ଡଃ ଗୈାରାଙ୍ଗ ଚରଣ ରାଉତ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଗୋଦାବରୀଶଙ୍କ “ତୁଙ୍ଗ ଶିଖରୀ ” ଗୀତକୁ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇ ଥିଲା। ମହାପୁରୁଷଙ୍କ ଜୀବନୀ ଗାଥା ଓ “କାଳିଜାଇ” କବିତାକୁ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷକ ସୁରତ କୁଶୁଲିଆ, ରବିନ୍ଦ୍ର କୁମାର ବିହାରୀ, ପ୍ରାଣକୃଷ୍ଣ ପ୍ରଧାନ, ସଲୀଳ ପ୍ରଧାନ , ସୋନାଲି ଦୋରା ଓ ସେବାୟତ ଦୁର୍ଯୋଧନ ତୋଇକା, ନରେନ୍ଦ୍ର ଦିବାକା, ବିଦ୍ୟାଧର ସାରକା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଉକ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୂର୍ଗାପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

