You are currently viewing ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ।
ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ।

ଦିଗପହଣ୍ଡି ୬/୧୨(ଶିବ ପ୍ରସାଦ ରଥ): ଦିଗପହଣ୍ଡି ବ୍ଲକ ସ୍ଥିତ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟର ୭ମ ବାର୍ଷିକୋତ୍ସବ ‘ଉମଙ୍ଗ’ – ୨୦୨୫ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନିଲ୍ କୁମାର୍ କେରକେଟା ମୂଖ୍ୟ ଅତିଥି ଏବଂ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ମୂଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ। ସେହିଭଳି କବିସୂର୍ଯ୍ୟନଗର ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଣିଗ୍ରାହୀ ଏବଂ ସିଦ୍ଧେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ସଫଳତାର ସୋପାନରେ ପହଞ୍ଚିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଛାତ୍ରୀ ପ୍ରିୟାଂଶି, ଦୀପସା, ମାନ୍ୟତା, ଅର୍ପିତା, ସୋନମ୍ ଏବଂ ଛାତ୍ର ଆକାଶ ମଞ୍ଚ ସଂଚାଳନ କରିଥିବା ବେଳେ ଶେଷରେ ଶିକ୍ଷକ ଦେବବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।