You are currently viewing ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଦକ୍ଷିଣପୁର କ୍ଲଷ୍ଟରସ୍ଥ ବାଳକୃଷ୍ଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକଙ୍କ ଅଧ୍ୟକ୍ଷତାରେ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଏହି ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି , ଶିବରାମ ମହାଙ୍କୁଡ ମୁଖ୍ୟବକ୍ତା, କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଓ ରବୀନ ପାତ୍ର, ଡଃ ରାମକୃଷ୍ଣ ସାହୁ ସମ୍ମାନୀତ ଅଥିତି ଭାବେ ଯୋଗ ଦେଇଥିଲେ ।

ଏନୟୁପିସ ଦକ୍ଷିଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ. ପୁଷ୍ପଲତା, ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର, ତଳକୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର, ଆମ୍ବଗଡ଼ ବିଦ୍ୟାଳୟର ଲକ୍ଷ୍ମୀକାନ୍ତ ମହାପାତ୍ର ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ଥିଲେ ।

ସମସ୍ତ ଅତିଥିଙ୍କ ଗହଣରେ ମୁଖ୍ୟଅତିଥି କାହ୍ନୁ ଚରଣ ପାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଜି ଟୁନା ଦୋରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କୁ ପିଲାମାନଙ୍କ ଦ୍ୱାରା ସମ୍ମାନୀତ କରାଇଥିଲେ । ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଜେ ରମେଶ ଚନ୍ଦ୍ର ସେନାପତି, ରାମମୋହନ ପତି , କଲ୍ୟାଣୀ କୁମାରୀ ତ୍ରୀପାଠୀ ସହଯୋଗ କରିଥିଲେ ।

ଶିଶୁ ସେବିକା ଜୟନ୍ତୀ ଗୌଡ଼ ଛାତ୍ରୀମାନଙ୍କ ବେଶଭୂଷା ଦାୟିତ୍ୱରେ ରହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶଶୀ ରେଖା ମଲ୍ଲିକ ୨୦୨୫-୨୬ ଶିକ୍ଷାବର୍ଷ ର ବାର୍ଷିକ ବିବରଣୀ ପାଠ କରିଥିଲେ । ସମସ୍ତ ଉପସ୍ଥିତ ଅତିଥିଙ୍କ ଗହଣରେ ବିଦ୍ୟାଳୟର ମେଗାଜିନ ଯଥା ଶିଶୁ କଳିକା -୧ ଶିଶୁ କଳିକା -୨ ଓ ବିଦ୍ୟାଳୟ ପ୍ରାଚିର ପତ୍ର କୁ ଉନ୍ମୋଚନ କରି ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ବିଦ୍ୟାଳୟ ସ୍ତରରେ କାହିଁକି ଆୟୋଜନ କରାଯାଉଛି ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ କଣ ଉପକାର ହେଉଛି ବୁଝାଇଥିଲେ । ତତ୍ ପରେ ଅତିଥି ମାନଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ । ଭୋଜନ ପ୍ରସ୍ତୁତି ଓ ପରିବେଷଣ ବିଦ୍ୟାଳୟର ପାଚିକା ମାନେ ଦାୟିତ୍ଵ ଗ୍ରହଣ କରିଥିଲେ ।

ଅପରାହ୍ନରେ ପିଲାଙ୍କ ଦ୍ୱାରା ଶିଖିଥିବା ପ୍ରାୟ ୨୦ ଟି ନୃତ୍ୟ ମଞ୍ଚ ଉପରେ ପରିବେଷଣ କରିଥିଲେ । ଡ଼କ୍ଟର ରାମକୃଷ୍ଣ ସାହୁ ଓ ବୁଦ୍ଧଦେବ ପାତ୍ରଙ୍କ ନିର୍ଦ୍ଦେଶନା ରେ ରୋଲପ୍ଲେ ବା ସଂକ୍ଷିପ୍ତ ନାଟକ ” କନ୍ୟା ରତ୍ନ ” ଛାତ୍ରୀମାନେ ମଞ୍ଚ ଉପରେ ପରିବେଷଣ କରିଥିଲେ । ଏହି ନାଟକଟି ଅତି ଉଚ୍ଚକୋଟିର ଥିଲା ଯାହାକି ସମାଜରେ ଗୋଟିଏ କନ୍ୟାର ମୂଲ୍ୟ କଣ , ସେ ଉପରେ ଗୋଟିଏ ସଚେତନ ବାର୍ତ୍ତା ପହଞ୍ଚି ପାରିଥିଲା

। ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଛାତ୍ରୀ ଜାଗୃତି ଗୌଡ଼ , ରାଣୀ ଦାସ , ସୃଷ୍ଟିମୟୀ ଗୌଡ଼ , ସୁନେନା ଡାକୁଆ , ରଶ୍ମିତା ଡାକୁଆ , ଅର୍ପିତା ମହାରଣା , ଅକ୍ସିତା ମହାରଣା , ସନ୍ଧ୍ୟା ଗୌଡ଼ ଓ ସ୍ଵାତୀ ପଟ୍ଟନାୟକ ନିଖୁଣ ଭାବେ କରିଥିବା ଅଭିନୟ , ଉପସ୍ଥିତ ଅତିଥି ଓ ଅଭିଭାବ ଙ୍କ ମନମୁଗ୍ଧ କରିଥିଲା । ଏହା ପରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା*
ବିଦ୍ୟାଳୟର ପରିଚାଳନା କମିଟି ସହିତ ପଦ୍ମଲୋଚନ ଗୌଡ଼ , ସୁଧାକର ସାହୁ , ଡି ମହେନ୍ଦ୍ର , ସୁକାନ୍ତ ମଲ୍ଲିକ , ଶୁଭମ୍ ପାଇକ , ନୀଳକଣ୍ଠ ଗୌଡ଼ , ନାରାୟଣ ଦାସ ଙ୍କ ସହିତ ଶିକ୍ଷକ ମିଶ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ଵତୀ ଆଚାରି ଓ ଜୁଗୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମଳିକ ସମସ୍ତକୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ