You are currently viewing ପରିଣତ ବୟସରେ ବୃଦ୍ଧଙ୍କୁ ମିଳୁନି ଭତ୍ତାଟାର୍ଗେଟ ନାହିଁ କହି ଚୁପ୍ ବସୁଛି ପ୍ରଶାସନ
ପରିଣତ ବୟସରେ ବୃଦ୍ଧଙ୍କୁ ମିଳୁନି ଭତ୍ତାଟାର୍ଗେଟ ନାହିଁ କହି ଚୁପ୍ ବସୁଛି ପ୍ରଶାସନ

କୋଦଳା (୧୮/୦୩/୨୬)
ବୟସର ଅପରାହ୍ନରେ ଅବହେଳିତ ବୃଦ୍ଧବୃଦ୍ଧା, ମିଳୁନି ବର୍ଦ୍ଧିତ ଭତ୍ତା, ଅଭିଯୋଗ କଲେ ବି ତୁଟୁନି ସମସ୍ୟା। ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ସଠିକ ସମୟରେ ଏବଂ ଯୋଗ୍ଯ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ଟାର୍ଗେଟ ନଥିବା ଆଳ ଦେଖାଇ ଯୋଗ୍ଯ ହିତାଧିକାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ପଞ୍ଚାୟତ ଭାବିନିପୁର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଏହି ଗ୍ରାମର ବୃଦ୍ଧ ଭାସ୍କର ସାହୁ। ବୟସ ହେଲାଣି ୭୧। ହାତଗୋଡ଼ ଚଳ ପ୍ରଚଳ ହେଉନି। ଏଭଳି ସ୍ଥିତିରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦିଆଯିବା କଥା। କିନ୍ତୁ ଦୀର୍ଘ ବର୍ଷ ଧରି ସେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ବୁଧବାର ବେଗୁନିଆପଡ଼ା ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି। ବୟସର ଅପରାହ୍ଣରେ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ବିଭିନ୍ନ ପ୍ରକାର ଭତ୍ତାର ବ୍ୟବସ୍ଥା କରିଛନ୍ତି । ହେଲେ ଯୋଗ୍ୟତା ଥାଇ ମଧ୍ୟ ଅନେକ ହିତାଧିକାରୀ ଭତ୍ତା ପାଇ ପାରୁନାହାନ୍ତି ।ତୁରନ୍ତ ଭାସ୍କରକୁଂ ଏହି ଯୋଜନାରେ ସାମିଲ କରାଯିବାକୁ ତାଙ୍କ ପରିବାର ଦାବି କରିଛନ୍ତି