You are currently viewing ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ୨ଟି ଡ୍ରୋନ :୨ଜଣ ଅଟକ
ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ୨ଟି ଡ୍ରୋନ :୨ଜଣ ଅଟକ

ପୁରୀ, ୨୫ /୩ – ବୁଧବାର ଦିନ ଶ୍ରୀମନ୍ଦିର ଉପରେ ଦୁଇଟିଡ୍ରୋନ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା | ଶ୍ରୀମନ୍ଦିର ଭିତରେ.କଡ଼ା ସୁରକ୍ଷା ଭିତରେ ରତ୍ନ ଭଣ୍ଡାର ଗଣତି ଚାଲିଥିବା ବେଳେ ଏହି ଡ୍ରୋନ ଉଡିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ଏହି ଡ୍ରୋନ କିଏ ଉଡାଇଲା, କାହିଁକି ଉଡାଇଲା, ଗଣତି ବେଳେ ଉଡାଇବା ଲକ୍ଷ କଣ ଏ ସମ୍ପର୍କ ରେ ସିଂହଦ୍ୱାର ପୋଲିସ ଛାନଭିନ କରୁଛି | ଦୁଇଟିଯାକ ଡ୍ରୋନ ଜବତ କରିବା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି | ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।ପତିତପାବନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ଏହି ଡ୍ରୋନ ଉଡିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ରତ୍ନ ଅଳଙ୍କାର ଗଣତି ମଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ବଡ କଥା ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ ଦୁଇଟି ଡ୍ରୋନ ଉଡ଼ୁଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ଖବର ମିଳିଥିଲା । କିଛି ସମୟ. ଡ୍ରୋନ ଉଡ଼ିବା ସହ ନୀଳଚକ୍ରର ଚାରିପାଖେ ବୁଲିବା ପରେ ଗୋଟିଏ ଡ୍ରୋନ ବଡ ଦାଣ୍ଡ ଆଡ଼କୁ ଆସି କେଉଁ ଆଡେ ଚାଲିଯାଇଥିଲା | ଅନ୍ୟ ଡ୍ରୋନଟି କିଛି ସମୟ ଉଡି ମାଟିମଣ୍ଡପ ସାହି ଆଡକୁ ଉଡି ଯାଇଥିଲା । ଅଟକ ଦୁଇଜଣ ହେଲେ ସମ୍ରାଟ ବିଶ୍ୱାସ ଓ କଲ୍ୟାଣ ଦାସ। ଦୁଇଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲାର ବୋଲି ଜଣା ପଡ଼ିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି।