ବେଲଗୁଣ୍ଠା, 05/02, ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଅଞ୍ଚଳରେ ଏକ ଟ୍ରାକ୍ଟର୍ ଦୂର୍ଘଟଣାଗ୍ରସ୍ତ ହେବା ଫଳରେ ଟ୍ରାକ୍ଟର୍ ଚାଳକ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ପୂର୍ବତନ ସରପଞ୍ଚ ବଳରାମ ଖଟେଇଙ୍କ ପୁଅ ଦୀପକ ଖଟେଇ ଏକ ଟ୍ରାକ୍ଟରରେ ପୋଖରୀରୁ ମାଟି ବୋହୁଥିବା ବେଳେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଦୀପକ୍ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ I ଏନେଇ ଦୀପକଙ୍କ ଭାଇ ଆଲୋକ ଖଟେଇ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ପୋଲିସ୍ କେଶ୍ ନମ୍ବର୍ 54/23 ରେ ଏକ ମାମଲା ରୁଜୁ କରାଯିବା ପୋଲିସ୍ ଦୀପକଙ୍କ ଶବ ଏବଂ ଟ୍ରାକ୍ଟରକୁ ଜବତ କରିଥିଲା I ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ଦୀପକଙ୍କ ଶବକୁ ତାରା ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ
