ବାଲୁଗାଁ,୫/୧୧(ଆପ୍ର):-ଗଜଲକ୍ଷ୍ମୀ ପୂଜା ଅବସରରେ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ବିଧାରପୁର ଗ୍ରାମରେ ସାମାଜିକ ନାଟକ ପରିବେଷଣ ହୋଇଯାଇଛି।ଶ୍ରୀ ଶ୍ରୀ ଦଧିବାମନ ଦେବ ନାଟ୍ୟ ସଂସଦର ୧୩ତମ ଅବଦାନରେ ନାଟ୍ୟ ନିର୍ଦେଶନା ପର୍ଶୁରାମ ସାହୁ,ନୃତ୍ୟ ନିର୍ଦେଶନା ହିମାଂଶୁ ଭୂଷଣ ମହାପାତ୍ର ଓ ଗ୍ରାମ୍ୟ କଳାକାରଙ୍କ ପ୍ରଚେଷ୍ଟାରେ “ହରିଶ୍ଚନ୍ଦ୍ର” ସାମାଜିକ ନାଟକ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ମିଲୁ ରାଉଳ,ବିଶିଷ୍ଟ ଅତିଥି ଭାବେ ଧୋବା ବିଶ୍ୱାଳ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାସ ସୁନ୍ଦରାୟ,ଅଠରବାଟିଆ ସରପଞ୍ଚ ଦୀପକ ଜେନା,ନାଟ୍ୟ ନିର୍ଦ୍ଦେଶକ ପର୍ଶୁରାମ ସାହୁ,ସମାଜସେବୀ ସନ୍ତୋଷ ଜାଲି,ଶଶିକାନ୍ତ ସାମନ୍ତସିଂହାର,ସିକନ୍ଦର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦଧିବାମନ ଦେବ ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ କଳାକାରମାନଙ୍କ ଆପ୍ରାଣ ଚେଷ୍ଟା ଓ ଉଦ୍ୟମ ବଳରେ ସାମାଜିକ ନାଟକ ପରିବେଷଣ କରିଥିବାରୁ କଳାକାର ସମେତ ଅଞ୍ଚଳବାସୀଙ୍କୁ ଭୂୟାଁସି ପ୍ରଶଂସା କରିଥିଲେ।ଶାନ୍ତିଶୃଙ୍ଖଳାର ସହ ଯାତ୍ରା କମିଟି ସଭାପତି ରାମଚନ୍ଦ୍ର ପ୍ରଧାନ,ସମ୍ପାଦକ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କମିଟି ସଦସ୍ୟ ମିହିର କାନ୍ତ ପ୍ରଧାନ,ପ୍ରଶାନ୍ତ ମହାପାତ୍ର,ଗଙ୍ଗା ଜେନା,ଉଲ୍ଲାସ ବେହେରା ପ୍ରମୁଖ ସହଯୋଗ କରିଥିଲେ।ନାଟକ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଯାତ୍ରା କମିଟି ଏବଂ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

