ବ୍ରହ୍ମପୁର , ୧୦/୧୧ – ( ପ୍ରଫୁଲ୍ଲ ସାବତ ) -:- କଥାରେ ଅଛି ରକ୍ତଦାନ ମହତ୍ ଦାନ । ରକ୍ତ ଅଭାବକୁ ଦୂର କରିବା ପାଇଁ ଅନେକ ଜାଗାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଏହା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚୁଚି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ୧୦୮ କର୍ମଚାରୀମାନଙ୍କ ଦ୍ଵାରା ଏକ ରକ୍ତଦାନ ଶିବିର ସ୍ଥାନୀୟ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ରେ ଅନୁଷ୍ଟିତ ହୋଇଯାଇଛି । କ୍ଲଷ୍ଟର ଲିଡର ପ୍ରଶାନ୍ତ କୁମାର ସାବତଙ୍କ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଖବର ସଂଗ୍ରହ ବେଳକୁ ସର୍ବ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜି ୧୦୮ କର୍ମଚାରୀ ମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକି ଆପତକାଳୀନ ସେବା ଯୋଗାଇ ଲୋକ ମାନଙ୍କ ଜୀବନ ରକ୍ଷା କରୁଥିବା ବେଳେ ଆଜି ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରି ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ସହ ଲୋକ ମାନଙ୍କ ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କ ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ୧୦୮ କର୍ମଚାରୀ ମାନେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଏଭଳି ମହାନ୍ କାର୍ଯ୍ୟ ଦେଖି ଅଞ୍ଚଳରେ ଲୋକେ ସାଧୁବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପ୍ରଧାନ , ଇପିଲି ଶଙ୍କର , ପିଣ୍ଟୁ ପାତ୍ର , ଆଶୁତୋଷ ପ୍ରଧାନ , ଏମ୍.ତାରକେସ୍ , ରୂପାଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ କ୍ଲଷ୍ଟର ଲିଡର ପ୍ରଶାନ୍ତ କୁମାର ସାବତ ଉପସ୍ଥିତ ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
