ସାନଖେମୁଣ୍ଡି: ଗୁରୁବାର ଦିନ ସକାଳ ୧୧:୩୦ ମିନିଟ ସମୟରେ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ପୋଡ଼ାମାରି ଠାରେ ବହୁ ଆଡମ୍ବର ସହକାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସାନଖେମୁଣ୍ଡିର ବି.ଆର.ସି.ସି ଶ୍ରୀଯୁକ୍ତ ସିମାଞ୍ଚଳ ରଥ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିଲା ବେଳେ ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଶିକ୍ଷକ ସଦାଶିବ ପାଢ଼ୀ, ପ୍ରିୟ ଶିକ୍ଷକ ସି.ଆର୍.ସି.ସି ନୀଳାଞ୍ଚଳ ନାୟକ, ସମସ୍ତ ଅଙ୍ଗନୱାଡି କ୍ରମୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ତିତ ଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।

