ପୁରୁଷୋତ୍ତମପୁର ବ୍ଳକ ହାଣ୍ଡିଘର ପଞ୍ଚାୟତ ରେ ପ୍ରବାହିତ ଋଷିକୁଲ୍ୟା ନଦୀରେ 4ଲକ୍ଷ ର ମାଛ ଯାଅଁଳ ଛାଡିଲେ ବ୍ଳକ ମଛ୍ୟ ଅଧିକାରୀ ଫ୍ଲୋରା ମହାନ୍ତି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ଳକ ଅଧକ୍ଷା ପିଙ୍କି ବେହେରା, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା ବ୍ଳକ ବିଡ଼ିଓ ବିଜୟ କୁମାର ବେହେରା, ଜିଲ୍ଲା ମଛ୍ୟଅଧି କାରୀ ନିମାଇଁ ଚରଣ ବସ୍ତିଆ, ହେଚେରି –ସୁଧୀର ଶେଖର ପ୍ରଧାନ, ସନ୍ତୋଷ କୁମାର ବାରିକ, ଆସ୍କା ଅତିରିକ୍ତ ଫିସେରୀ ଅଧିକାରୀ ଦୁର୍ଗା ମାଧବ ସାହୁ, ହାଣ୍ଡିଘର ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ସମାଜସେବୀ ଜଗତ ବନ୍ଧୁ ପଣ୍ଡା, ଓ ହାଣ୍ଡିଘର ଗ୍ରାମବାସୀ, ସ୍ୱୟଂ ସହାୟିକା ଗୋଷ୍ଠି, ମା ମାନେ, ନଦୀ ଘାଟରେ ଉପସ୍ଥିତ ରହି ଏହି ମାଛ ଯାଅଁଳ କୁ ପାଣିରେ ଛାଡି ଥିଲେ | ଏହି ମାଛ ଛାଡିବାର ରାଜ୍ୟ ସରକାର ଙ୍କ ମୁଖ୍ୟ ଉଦେଶ୍ୟ ହେଉଛି ଲୋକମାନଙ୍କ ଦ୍ୱାରା ନଦୀ କିମ୍ବା ପୋଖରୀ ରେ ମାଛ ଚାଷ ରେ ସେମାନେ ବହୁତ ଲାଭବାନ ହୋଇ ପାରିବେ ସେଥି ପାଇଁ ସରକାର ଏହି ମାଛ ଚାଷ କରିବା କୁ ଏହିଭଳି ବ୍ୟବସ୍ତା କରିଛନ୍ତି |
