କୋଦଳା (୧୮/୦୩ /୨୦୨୩)
ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ଯ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ ସଫେଇ କର୍ମଚାରୀ ମାନେ ପ୍ରତିଦିନ ଖଟିଲେ ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ ବିଭାଗର ଯନ୍ତ୍ରୀ ଚନ୍ଦ୍ର ମାରାଣ୍ଡି ତାକୁଂ ସଠିକ ସମୟରେ ଦରମା ଦେଉ ନଥିବା ଏବଂ କାର୍ଯ୍ଯ ବନ୍ଦ କରିଦିଅ ବୋଲି ଉସୁକାଉଛନ୍ତି। ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତାକଂ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛନ୍ତି ଯନ୍ତ୍ରୀ ମାରାଣ୍ଡି। ଏଭଳି ଅଭିଯୋଗ କରି ଆଜି ସଫେଇ କର୍ମଚାରୀ ମାନେ କୋଦଳା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ସଫେଇ କର୍ମଚାରୀ ମାନଙ୍କ ଇପିଏଫ ଟଙ୍କା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ। ବିଭାଗୀୟ ଯନ୍ତ୍ରୀ, ସୁପରଭାଇଜର ବେଆଇନ କାର୍ଯ୍ୟ କରିବାକୁ ବାଧ୍ଯ କରୁଥିବା କହିଛନ୍ତି ସଫେଇ କର୍ମଚାରୀ।ଏନେଇ ଏକ ଲିଖିତ ଅଭିଯୋଗ କାର୍ଯ୍ଯ ନିର୍ବାହୀ ଅଧିକାରୀଣୀ ତଥା ତହସିଲଦାର ସସ୍ମିତା ଶତପଥୀଙ୍କୁ ପ୍ରଦାନ କରିଛନ୍ତି। ତେବେ ଏନେଇ ସଂପୃକ୍ତ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ସଫେଇ କର୍ମଚାରୀ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
