You are currently viewing ବିଦ୍ୟୁତ ଆଘାତରେ ମୃତ ବ୍ଯକ୍ତିଙ୍କ ପରିବାର ନିକଟରେ ପହଞ୍ଚି ସହଯୋଗର ହାତ ବଢାଇଲା କୋଦଳା ୟୁଥ୍ ଫୋରମ୍ ।
ବିଦ୍ୟୁତ ଆଘାତରେ ମୃତ ବ୍ଯକ୍ତିଙ୍କ ପରିବାର ନିକଟରେ ପହଞ୍ଚି ସହଯୋଗର ହାତ ବଢାଇଲା କୋଦଳା ୟୁଥ୍ ଫୋରମ୍ ।

କୋଦଳା
ବିଦ୍ୟୁତ ଆଘାତରେ ମୃତ ବ୍ଯକ୍ତିଙ୍କ ପରିବାର ନିକଟରେ ପହଞ୍ଚି ସହଯୋଗର ହାତ ବଢାଇଛି କୋଦଳା ୟୁଥ୍ ଫୋରମ୍ ।ଦଣ୍ଡିଶ୍ୱର ମହାପ୍ରଭୁଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ଚାଲିଥିବା ବେଳେ ବେଲପଡ଼ାର ରାମ ମଳିକ ନାମକ ଜଣେ ବ୍ୟକ୍ତି ଜେନେରେଟର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ତେବେ ଘଟଣା ପରେ ଆଜି ମୃତକଙ୍କ ପରିବାରକୁ ଭେଟିଛନ୍ତି କୋଦଳାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କୋଦଳା ୟୁଥ୍ ଫୋରମ୍। ଆଜି ଫୋରମ୍ ପକ୍ଷରୁ ବହୁ ସ୍ବେଚ୍ଛାସେବୀ ବେଲପଡ଼ା ରେ ପହଞ୍ଚି ମୃତକଙ୍କ ପତ୍ନୀ ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଅକାଳରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ଦଣ୍ଡିଶ୍ୱର ମନ୍ଦିର କମିଟି କୁ ଅନୁରୋଧ କରିଛନ୍ତି ମୃତକଙ୍କ ପରିବାର।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।