You are currently viewing ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ,
ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ,

ପୁରୁଷୋତ୍ତମପୁର ତାରାତାରିଣୀ ମହା ବିଦ୍ୟାଳୟ ରେ ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ସଂଯୋଜନା ରେ ବିଶ୍ୱ ରେଡ଼କ୍ରସ ଦିବସ କଲେଜ ପରିସରରେ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଡ଼ ସୁବ୍ରତ କୁମାର ଷଡ଼ଙ୍ଗୀ,ଡ଼ ଶୁଭ୍ରାଂଶୁ ଶେଖର ମିଶ୍ର, ସ୍ବେଛାସେବୀ ମାନଙ୍କୁ ଆଜିର ଦିବସ ର ମହତ୍ୱ ଉପରେ ଆଲୋକ ପାତ କରାଇଥିଲେ |ତାସହ ରେଡ଼କ୍ରସ ସଂସ୍ଥା ସୁଦୃଢ଼ ପାଇଁ ସ୍ବେଛାସେବୀ ମାନଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ବୋଲି ଜଣାଇ ଥିଲେ | ସ୍ବେଛାସେବୀ ଶୁଭଶ୍ରୀ କଲ୍ୟାଣୀ ତ୍ରିପାଠୀ, ସ୍ଵଛସେବୀ ମାନଙ୍କ ନୈତିକ, ମାନସିକ ଓ ଶାରୀରିକ ଗଠନ ରେ ରେଡ଼କ୍ରସ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ଅଭିଭାଷଣ ଦେଇଥିଲେ | ଶେଷରେ ଉକ୍ତ ସଭାକୁ YRC କୋଡିନେଟର ଏନ ମୋହନ ପରିଚାଳନା କରିଥିଲେ | ଏବଂ ଶ୍ରୀମତୀ ନମ୍ରତା ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମ୍ପାଦନା କରିଥିଲେ |

ରିପୋର୍ଟ ପ୍ରସନ୍ନ କୁମାର ଦାସ