ଦିଗପହଣ୍ଡି: ୨୪/୧୨/୨୨ (ଉପେନ୍ଦ୍ର ଦୋରା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆସିକା ରୋଡ ରେ ଥିବା ଗୁରୁକୁଳ ଇଣ୍ଟରନେଶନାଲ ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ରେ ସମ୍ମାନିତ ଅତିଥିଭାବେ ଶ୍ରୀ ଲକ୍ଷ୍ମଣ ପଟ୍ଟନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସ୍କୁଲ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ମାଁ ମାନଙ୍କ ଦ୍ବାରା ଝୋଟି ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଏହି କ୍ରୀଡ଼ା ପ୍ରତିଯୋଗିତା ଦୀର୍ଘ ୫ ଦିନ ଧରି ଚାଲିଥିବା ବେଳେ ଶେଷ ଦିନରେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳକ ଶ୍ରୀ ପ୍ରଦିପ କୁମାର ପଟ୍ଟନାୟକ ମଞ୍ଚାସିନ ଥିବାବେଳେ ମୁଖ୍ୟଅତିଥି ଭାବେ ବିଶ୍ବରଂଜନ ପାତ୍ର , ଉପେନ୍ଦ୍ର ଦୋରା , ଶିକ୍ଷୟିତ୍ରୀ ନମ୍ରତା ପାଣିଗ୍ରାହୀ , ତପସ୍ଵିନୀ ପାତ୍ର , ସୁକେଶି ସାବତ , ସୁଭସ୍ମିତା ସାସମଲ , ମଧୁସ୍ମିତା ଡାକୁଆ , ଏଲ୍.ଭାରତୀ ରେଡ୍ଡୀ ଏବଂ ସୁଭସ୍ମିତା ଡାକୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ ।

