You are currently viewing ବଜ୍ରପାତରେ ବାଦାର୍ଖପୁର ଗ୍ରାମର ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲା କବିସୂର୍ଯ୍ୟନଗର ଯୁବ ସଂଗଠନ।
ବଜ୍ରପାତରେ ବାଦାର୍ଖପୁର ଗ୍ରାମର ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲା କବିସୂର୍ଯ୍ୟନଗର ଯୁବ ସଂଗଠନ।

ବେଗୁନିଆପଡ଼ା (୨୧/୦୫/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଂ ପଞ୍ଚାୟତର ବାଦାର୍ଖପୁର ଗ୍ରାମର ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ମହିଳା ବେବୀ ପ୍ରଧାନ। ଘରେ ତାଙ୍କର ବିଧବା ଶାଶୁ, ଦୁଇଟି ଛୋଟ ଝିଅ, ଏବଂ ମାନସିକ ରୋଗୀ ସ୍ବାମୀ ଥିବାବେଳେ, ଵେବି ଜଣେ ହିଁ ରୋଜଗାର କରୁଥିବା ସଦସ୍ୟ ଥିଲେ। ତାଙ୍କ ବିୟୋଗ ପରିବାରକୁ ଅସହାୟ କରିଦେଇଛି। ଏଭଳି ସ୍ଥିତିରେ ଉକ୍ତ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢାଇଛି କବିସୂର୍ଯ୍ୟନଗର ଯୁବ ସମାଜ। କବିସୂର୍ଯ୍ୟ ଯୁବ ସଂଗଠନର ସଭାପତି ରଞ୍ଜୀତା ସାହୁଙ୍କ ନେତୃତ୍ବରେ ପକ୍ଷରୁ ବହୁ ସଦସ୍ଯ ବାଦାର୍ଖପୁର ଗ୍ରାମରେ ସଂପୃକ୍ତ ପରିବାର ନିକଟରେ ପହଞ୍ଚି
ସେମାନଙ୍କ ସହ ଆଲୋଚନା କରିବା ସହ ଯଥା ସମ୍ଭବ ଆର୍ଥିକ ସହାୟତା କରାଯାଇଛି। ଏଥି ସହିତ ପ୍ରଶାସନକୁ ଏଭଳି ଜଟିଳ ସ୍ଥିତିରେ ୪ ଲକ୍ଷ ଟଙ୍କାର ସହାୟତା ଦେଇ ସେମାନଙ୍କୁ ଏହି ବିପତ୍ତିରୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ସଭାପତି ରଞ୍ଜୀତା ସାହୁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।