You are currently viewing ଉତ୍କଳ ୟୁଥ୍ ଟ୍ରଷ୍ଟ ଓ ସଂକଳ୍ପ ଫାଉଣ୍ଡେସନ୍ ବାଙ୍ଗାଲୋର ପକ୍ଷରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ଯାତ୍ରୀ ଚିକିତ୍ସା ପାଇଁ ରକ୍ତଦାନ ଶିବିର
ଉତ୍କଳ ୟୁଥ୍ ଟ୍ରଷ୍ଟ ଓ ସଂକଳ୍ପ ଫାଉଣ୍ଡେସନ୍ ବାଙ୍ଗାଲୋର ପକ୍ଷରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ଯାତ୍ରୀ ଚିକିତ୍ସା ପାଇଁ ରକ୍ତଦାନ ଶିବିର

କଟକ : ସାମାଜିକ ସଙ୍ଗଠନ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ଏବଂ ସଂକଳ୍ପ ଫାଉଣ୍ଡେସନ୍ ବାଙ୍ଗାଲୋର ମିଳିତ ସହଯୋଗରେ ବାହାନଗା ବାଲେଶ୍ଵର ଠାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାରେ ପୀଡିତ ଥିବା ଯାତ୍ରୀ ମାନଙ୍କ ଚିକିତ୍ସା ନେଇ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଜରୁରୀ କାଳୀନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ମାରଥାହାଲି ବାଙ୍ଗାଲୋର ସ୍ଥିତ ହୃଷୀକେଶ ଭବନରେ ଅନୁଷ୍ଠିତ ହୋଇ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଇଣ୍ଡିଆନ ରେଡକ୍ରସ ସୋସାଇଟି ବାଙ୍ଗାଲୋର ସହାୟତାରେ ଏହି ରକ୍ତ ଓଡ଼ିଶା ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ଉଭୟ ସାମାଜିକ ସଙ୍ଗଠନର ଏପରି ମହତ ଉଦ୍ଦେଶ୍ୟକୁ ଅଗ୍ରଣୀ ରକ୍ତଦାନ ସେବାରେ ସାଧନାରତ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି) କଟକ ଶାଖା ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।