You are currently viewing ପୁରୁଣା ଓ୍ବାରେଣ୍ଟ ବଳରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ
ପୁରୁଣା ଓ୍ବାରେଣ୍ଟ ବଳରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋଦଳା ପୋଲିସ

ଗଞ୍ଜାମ ଜିଲ୍ଲା କୋଦଳା ପୋଲିସ ଆଜି ଦିନ ୧୨ ଘଣ୍ଟା ସମୟରେ ବେଲଝରୀ ଗ୍ରାମରୁ ୩ ଓ ଦିଗାପଡାରୁ ଜଣଙ୍କୁ ଗିରଫ କରି କୋଦଳା କୋର୍ଟ ଚାଲାଣ କରିଛି। ପୁରୁଣା ଓ୍ବାରେଣ୍ଟ ବଳରେ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଦେବ ଯେନା, ପ୍ରକାଶ ମେହେଣା, ଲକ୍ଷ୍ମଣ ପଲେଇ ଓ ବୈରାଗୀ ଗୌଡ଼।
ଏମାନଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ ଓ୍ବାରେଣ୍ଟ ଜାରି ହୋଇଥିବା ବେଳେ ଆଜି କୋଦଳା ପୋଲିସ ପକ୍ଷରୁ ଏକ ଟିମ୍ ବେଲଝରୀ ଗ୍ରାମରୁ ଏ ସମସ୍ତଙ୍କୁ ଗିରଫ କରିଛି। ଦୀର୍ଘ ୧୫ ବର୍ଷ ତଳେ ଏହି ୩ ଅଭିଯୁକ୍ତ ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଅଭିଯୁକ୍ତ ଥିବା ସୂଚନା ମିଳିଛି। ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋଦଳା ଥାନାକୁ ଅଣାଯାଇଥିଲା। ଏହାପରେ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋଦଳା କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ କୋଦଳା ଉପ କାରାଗାରକୁ ପଠାଇ ଦିଆଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।