You are currently viewing ଜୟନ୍ତୀପୁରରେ ଅନୁଷ୍ଠିତ ଡାକ ମେଳା
ଜୟନ୍ତୀପୁରରେ ଅନୁଷ୍ଠିତ ଡାକ ମେଳା

ପାତ୍ରପୁର ବ୍ଲକ ଜୟନ୍ତୀପୁର ଉପଡ଼lକଘର ଅଧୀନରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ଡାକମେଳା ଅନୁଷ୍ଠିତ ହୋଇଥିଲା l ଏହି ମେଳାରେ ବ୍ରହ୍ମପୁର ମଣ୍ଡଳ ବରିଷ୍ଠ ଅଧକ୍ଷ ଶ୍ରୀ ତାରିଣୀ ଚରଣ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପୁର ଡାକ ଉପମଣ୍ଡଳ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦୋରା, ଡାକ ଜୀବନ ବୀମା ବ୍ୟବସାୟୀକ ଅଧିକାରୀ ରୁଦ୍ର ଶଙ୍କର ସାହୁ ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଅଧିକାରୀ ଛାୟାକାନ୍ତ ପଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ସର୍ବୋଚ୍ଚ 87 ଲୋକଙ୍କ ଜୀବନ ବୀମା କରି 4ଲକ୍ଷ 29 ହଜାର 16 ଟଙ୍କା ପ୍ରିମିୟମ ସଂଗ୍ରହ ହୋଇଛି l 202 ଗୋଟି ମହିଳା ସଂମାନ ସଂଚୟ ସାର୍ଟିଫିକେଟ ଖାତା ଖୋଲି 38 ଲକ୍ଷ 17 ହଜାର 800 ସହ ଟଙ୍କା ଜମା ସଂଗ୍ରହ ହୋଇଛି l ଯାହାକି ସମଗ୍ର ଓଡିଶା ପରିମାଣ୍ଡଳରେ ଗୋଟିଏ ଦିନରେ ମହିଳା ସଂମାନ ସଂଚୟ ଖାତା ଖୋଲିବାରେ ପ୍ରଥମ ହୋଇଛି l ସର୍ବାଧିକ ଖାତା ଖୋଲି କେଶରୀ ପଡା ଓ ବନସୋଲl ଶlଖାଡାକପଳ ଏମ. ମନମ୍ମଥ ରାଓ ଓ ମଧୁସ୍ମିତା ପଣ୍ଡା ପ୍ରଥମ ଓ ଦ୍ଵିତୀୟା ସ୍ଥାନରେ ପୁରସ୍କୃତ ହୋଇଥିଲେ l

ଓଭରସର ଶ୍ରୀ ନଳିନୀ କାନ୍ତ କର ମେଳାର ସଂଯୋଜନା ଓ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସମସ୍ତ ଗ୍ରାମୀଣ ଡାକ ସେବକ ସହଯୋଗ କରିଥିଲେ l ଓଭରସର ଦେବଶ୍ରୀ କୁମାର ପଣ୍ଡା ପରିଶେଷରେ ଧନ୍ୟବାଦ ଅର୍ପଣ କରି ମେଳlର ସମାପ୍ତି କରିଥିଲେ l

ରିପୋର୍ଟ:ସିପ୍ରା ରାଣୀ ତ୍ରିପାଠୀ