You are currently viewing ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଦିଗପହଣ୍ଡି ଆସିକା ରୋଡ ସ୍ଥିତ ଗଞ୍ଜାମ ଜିଲ୍ଲା ଆମ୍ବେଦକର ମୋଚି କୁଳ ମହାସଂଘ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ଦିନ ସ୍ଥାପିତ ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଓକିଲ ସଂଘ ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେେ । ଡ.ଆମ୍ବେଦକରଙ୍କ ଆଦର୍ଶକୁ ଗ୍ରହଣ କରି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।ଏଥିରେ ସଂଘର ସଭାପତି ଆର୍ .ଲୋକନାଥ , ସମ୍ପାଦକ ଏସ୍ .ପ୍ରହଲ୍ଲାଦ , ଡି .ବାବୁ , ଏସ୍ .ସେନବାବୁ , ଆର୍ . ମୋହନ , ଆର୍. ଲାଚ୍ଛା , ଆର୍ .ରାଜୁ , ଡି.ବାବୁଲା , ଏମ୍ .ଯୁଦ୍ଧିଷ୍ଠିର , ଏନ୍ .ଶରତ, ଏନ୍. ରାଜେଶ , ଏନ୍.ତ୍ରିନାଥ , ଜି.ଆପନା , କେ.ଲାଛିକା ଏବଂ ଏନ୍.ବାବୁଲା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା