You are currently viewing ଦିଗପହଣ୍ଡି ବନାଞ୍ଚଳ ପାରା ବନ କର୍ମଚାରୀ ସଂଗ୍ରାମ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର
ଦିଗପହଣ୍ଡି ବନାଞ୍ଚଳ ପାରା ବନ କର୍ମଚାରୀ ସଂଗ୍ରାମ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଓଡ଼ିଶା ସରକାର ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୭୪ ତମ ବନ ମହୋତ୍ସବ ପାଳନ ଅବସରରେ ଶୁକ୍ରବାର ଦିନ ବମକୋଇ ଗ୍ରାମର ତଥା ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡ଼ା ସେକ୍ସନରେ କାର୍ଯ୍ୟରତ ପାରା ବନ କର୍ମଚାରୀ ସଂଗ୍ରାମ ସିଂ ପ୍ରକୃତି ବନ୍ଧୁ ସମ୍ମାନରେ ପୁରସ୍କୃତ ହୋଇଛନ୍ତି । ଏନେଇ ଛତ୍ରପୁରର ସିନ୍ଧଳା ସେଣ୍ଟ୍ରାଲ ନର୍ସରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବନ କର୍ମଚାରୀ ଶ୍ରୀ ସିଂ ଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଅବଦାନ ପ୍ରଦାନ କରିଥିବା ହେତୁ ଜିଲ୍ଲା ପ୍ରଶାସନର ମିଳିତ ଉପସ୍ଥିତିରେ ଏହି ସମ୍ମାନରେ ସମ୍ମାନିତ କରାଯିବା ସହ ୧୦ ହଜାର ଟଙ୍କା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଯାହାଫଳରେ ଆଜି ସଂଗ୍ରାମଙ୍କୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଥିବା ଜଣାପଡିଛି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା