You are currently viewing ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉପରେ ବିଧାୟିକା ଲତିକା ପ୍ରଧାନ ଙ୍କ ଉପସ୍ଥିତି ରେ କର୍ମୀ ମାନଙ୍କୁ ନେଇ ଜରୁରୀ ବୈଠକ-
ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉପରେ ବିଧାୟିକା ଲତିକା ପ୍ରଧାନ ଙ୍କ ଉପସ୍ଥିତି ରେ କର୍ମୀ ମାନଙ୍କୁ ନେଇ ଜରୁରୀ ବୈଠକ-

ପୁରୁଷୋତ୍ତମପୁର ଓଡ଼ିଶାର ଜନସାଧାରଣଙ୍କ ସାମୁହିକ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା କରିଛନ୍ତି । ତାହା ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଆଉ ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାକୁ କିଭଳି ଭାବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁରରେ କିଭଳି ଏହାକୁ ସଫଳ କରାଯିବ ସେ ନେଇ ଏକ ଜରୁରୀ ବୈଠକ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏଭଳି ଏକ ଯୁଗାନ୍ତିକାରୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଯୋଗୁଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପୁରୁଷୋତ୍ତମପୁର ବ୍ଲକର ୧୧ଟି ପଞ୍ଚାୟତ ରହିଥିବା ବେଳେ ସମସ୍ତ ପଞ୍ଚାୟତରେ କିଭଳି ଭାବେ ୫୦ ଲକ୍ଷ ଟଙ୍କାରେ ସାମୁହିକ ଉନ୍ନତି ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।

ପ୍ରତି ପଞ୍ଚାୟତରେ ଯୁବପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଇଣ୍ଟରନେଟ ଓ ଓ୍ବାଇଫାଇ ସେବା, ପଞ୍ଚାୟତର ସମସ୍ତ ମନ୍ଦିରର ଉନ୍ନତି, କମ୍ୟୁନିଟି ସେଣ୍ଟର ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କିଭଳି ଏହି ଟଙ୍କା ଖର୍ଚ୍ଚ ହୋଇପରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ପୁରୁଷୋତ୍ତମପୁର ବ୍ଳକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଦୁଇ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ନେତା ନିର୍ମଳ ସାହୁ ଉପସ୍ଥିତ ଥିଲେ । ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ