You are currently viewing ଭୋଟର ସଚେତନତା କାର୍ଯ୍ୟକ୍ରମ
ଭୋଟର ସଚେତନତା କାର୍ଯ୍ୟକ୍ରମ

ଆସିକା,୪/୮ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନଗର ପାଳିକା ଶ୍ରୀମତୀ ଵିନେତା ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଏକ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଭୋଟର ତାଲିକାରେ ଥିବା ଭୁଲ ସଂଶୋଧନ ,ଆଧାର ସହିତ ସଂଯୋଗ ,ଭୋଟର ତାଲିକାରେ ନୂତନ ଭାବେ ଯୋଗ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ପଡିବା ପରି ବିଭିନ୍ନ ବିଷୟରେ ପ୍ରଶିକ୍ଷକ ଶ୍ରୀ ରାମନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ବାଇଁ, ସିଡିପିଓ ଶ୍ରୀ ମତି ଭାଗ୍ୟଲତା ପାତ୍ର, ସୁପର ଭାଇଜର ଶ୍ରୀ ସରୋଜ କୁମାର ନାୟକ,ସମସ୍ତ କାଉନସିଲର, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ନୂତନ ଭାବେ ମୋନୋନିତ ହୋଇଥିବା ସମସ୍ତ ୱାର୍ଡ କୋଡ଼ିନେଟର୍ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅଧ୍ୟକ୍ଷା ଧନ୍ୟବାଦ ଦେବାସହ ଉପସ୍ଥିତ କର୍ମୀଙ୍କୁ ନିର୍ଭୁଲ ଭାବେ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ହେବାର ଆସିକା ଅଞ୍ଚଳରକୈଣସି ସାମ୍ବାଦିକ ମାନଙ୍କୁ ଜଣାଇ ନଥିଲେ କିନ୍ତୁ ରାତ୍ର ଦଶ ଘଣ୍ଟିକା ପାଞ୍ଚ ମିନଟ ସମୟରେ ଆସିକା ସାସଂଦ ପ୍ରତିନିଧି ଉକ୍ତ କାର୍ଯ୍ୟକ୍ରମ ହୋଇଥିବା ହୁଆଟ ସପ ମାଧ୍ୟମରେ ଜଣାଇଥିଲେ ।