କୋଦଳା (୧୦/୦୮/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ୩ ପଞ୍ଚାୟତର ଆଦିବାସୀ ମାନେ ଗୁରୁବାର କୋଦଳା ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ। ଦୈନିକ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଆଦିବାସୀ। ସୂଚନା ଅନୁସାରେ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି, ଘୋଡାପଡା ଓ ଚନ୍ଦନପୁର ପଞ୍ଚାୟତର ଆଦିବାସୀ ଗ୍ରାମ ଟଭାବଣିଆ, ଜାନିବିଲି, ବାଇଦିପଡା, ରାଇପଡା ପ୍ରଭୃତି ଗ୍ରାମ ମାନଙ୍କରେ ମନଇଛା ବିଦ୍ଯୁତ କାଟ ହେଉଛି। ଦୈନିକ ୮ ରୁ ୯ ଘଣ୍ଟା ବିଦ୍ଯୁତ କାଟ୍ ହେବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଦିବାସୀ। ରାତିରେ ହିଂସ୍ରଜନ୍ତୁଙ୍କ ଭୟ ରହୁଛି। ଏଭଳି ଅଭିଯୋଗ କରି ଗୁରୁବାର ଉକ୍ତ ପଞ୍ଚାୟତ ଗୁଡିକରୁ ବହୁ ଆଦିବାସୀ କୋଦଳା ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ସମସ୍ଯା ସମ୍ପର୍କରେ ଆଲୋଚନା କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଆଦିବାସୀ ମାନେ ଦାବି କରିଛନ୍ତି। ଆଦିବାସୀ ନେତା ତଥା ଆବାହକ ବିଜୟ ସ୍ବାଇଁଙ୍କ ନେତୃତ୍ବରେ ଉକ୍ତ ପଞ୍ଚାୟତ ଗୁଡିକରୁ ବହୁ ଆଦିବାସୀ ଆଜି ଏନେଇ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଦିବାସୀ ମାନେ ପାଟିତୁଣ୍ଡ ହେବା ଦେଖିବାକୁ ମିଳିଥିଲା। ତେବେ ଅଭିଯୋଗକୁ ନେଇ ୩ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ଯନ୍ତ୍ରୀ କିରନ କୁମାର। ଯଦି ପଦକ୍ଷେପ ନିଆ ନ ଯିବ ତେବେ ଆଗାମୀ ସପ୍ତାହରେ ଶହ ଶହ ସଂଖ୍ଯାରେ ଆଦିବାସୀ ଏକତ୍ରୀତ ହୋଇ ଟାଟା ପାୱାର କୋଦଳା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
