ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରର ଉନ୍ନତି କରଣପାଇଁ ରାଜ୍ୟ ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ସଚିବ, ଗଞ୍ଜାମ ଜିଲ୍ଲପାଳ, ପୁରୁଷୋତ୍ତମପୁର, ତହସିଲଦାର ଜାରି ରହିଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ତଦାରଖ ଚାଲୁ ରହିଛି । ସେହିକ୍ରମରେ ମନ୍ଦିରର ମୁଖ୍ୟ ଗେଟରୁ ମନ୍ଦିର ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ନେଇ କାମ ଚାଲୁ ରହିଛି । ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ରାସ୍ତା ଉପରେ ରହିଥିବା ଦୋକାନୀ ମାନଙ୍କୁ ପୂର୍ବରୁ ନୋଟିସ ପ୍ରଦାନ କରାଯାଇଥିଲା । ଏହାସହିତ ଦୋକାନୀ ମାନଙ୍କୁ ୩୦ ଦିନର ସମୟ ଦିଆଯାଇଥିଲା । ସମୟ ଅବଧି ଆଜି ଶେଷ ହୋଇଥିବା ଯୋଗୁଁ ପୂର୍ତ୍ତ ବିଭାଗ ପକ୍ଷରୁ ତାରାତାରିଣୀ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯାଇଛି ।

ପୁରୁଷୋତ୍ତମପୁର ତହସିଲଦାର ଓ ପୋଲିସର ଉପସ୍ଥିତରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏହି ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ମୋଟ ୭ କିଲୋମିଟର ରାସ୍ତା ପାଇଁ ୧୨ କୋଟି ୯୪ ଲକ୍ଷ ଟଙ୍କାରେ ବ୍ୟୟ ବରାଦ କରାଯାଇଛି । ଗତବର୍ଷ ଠାରୁ ରାସ୍ତାର କାର୍ଯ୍ୟ ଜାରି ରହିଛି । ରାସ୍ତା କାମର ଅବଧି ଶେଷ ହୋଇଥିବା ବେଳେ ଜବରଦଖଲ ଉଚ୍ଛେଦ ହୋଇନଥିବା ଯୋଗୁଁ କାମ ବିଳମ୍ବ ହୋଇଥିଲା । ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଖୁବଶିଘ୍ର ରାସ୍ତା କାମ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ମଳୟ କୁମାର ସାହୁ , ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ ମତଦେଇଛନ୍ତି |

ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ, ଆଇଆଇସି ସମୀର କୁମାର ରାଉତ, ସମସ୍ତ ଥାନା ଷ୍ଟାଫ, ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ପୂର୍ତ୍ତ ବିଭାଗ ଯେଇ ସୋନିଆ ପ୍ରଧାନ, ୱାର୍କ ସରକାର ପର୍ଶୁ ଗୌଡ଼, ଙ୍କ ସହିତ ଅନ୍ୟ ଷ୍ଟାଫ ମାନେ ଏବଂ ଛକର ବ୍ୟବସ୍ୟାୟି ମାନେ ମଧ୍ୟ କୌଣସି ବିଶୃଙ୍ଖଳା ନକରି ଦୋକାନ ର ସାମାନ ବାହାର କରିଦେଇଥିଲେ |

ମାଆ ତାରା ତାରିଣୀ ଙ୍କ ଅପାର କରୁଣାରୁ ଏବଂ ତହସିଲଦାର ଙ୍କ ଠାରୁ ପୂର୍ତ୍ତ ବିଭାଗ ଏସଡ଼ିଓ, ଯେଇ ଓ ଷ୍ଟାଫ ଏବଂ ଥାନା ଅଧିକାରୀଙ୍କ ସହିତ ଷ୍ଟାଫ ଙ୍କ ସହଯୋଗ ଏବଂ ଜନସାଧାରଣ ଙ୍କ ସହଯୋଗ ରେ ରାସ୍ତା ଉଛେଦ କାର୍ଯ୍ୟ ସୁରୁଖୁରୁରେ ଶେଷ ହେଇଛି
ରିପୋର୍ଟ ପ୍ରସନ୍ନ କୁମାର ଦାସ
