You are currently viewing ଗଞ୍ଜାମ ରେ ଶକ୍ତିଶାଳୀ ହେଉଛି କଂଗ୍ରେସ, ବିଜେଡ଼ି ବିଜେପି ଛାଡି କଂଗ୍ରେସରେ ଯୋଗଦେଉଛନ୍ତି ପୁରୁଖା ସହ ଯୁବ ନେତୃତ୍ବ ।
ଗଞ୍ଜାମ ରେ ଶକ୍ତିଶାଳୀ ହେଉଛି କଂଗ୍ରେସ, ବିଜେଡ଼ି ବିଜେପି ଛାଡି କଂଗ୍ରେସରେ ଯୋଗଦେଉଛନ୍ତି ପୁରୁଖା ସହ ଯୁବ ନେତୃତ୍ବ ।

ଗଞ୍ଜାମ ଜିଲ୍ଲାରେ ପୁଣି ଶକ୍ତିଶାଳୀ ହେଉଛି କଂଗ୍ରେସ ଦଳ, ଦେଶର ସର୍ବପୁରାତନ ଦଳ ଭାବରେ ପରିଚିତ ଥିବା ଦଳ ଓଡ଼ିଶାରେ ରାଜନୀତି ରେ ଅଦୃଶ୍ୟ ହେଉଥିବା ବେଳେ ଗଞ୍ଜାମ ରାଜନୀତି ରେ କିନ୍ତୁ ବଦଳିଛି ପାଣିପାଗ ।କଂଗ୍ରେସ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନେତୃତ୍ବରେ ସକ୍ରିୟ ହେଉଛି ଜିଲ୍ଲା କଂଗ୍ରେସ ।ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ପଞ୍ଚାୟତର ନୂତନ ଭୋଟର ସହ ପୂରୁଖା କଂଗ୍ରେସ କର୍ମୀ ଙ୍କୁ ଦଳକୁ ଆଣିବା ପାଇ ଦଳ କରୁଛି ଜୋରଦାର ପ୍ରୟାସ ।OBC ସେଲ ଜିଲ୍ଲା କଂଗ୍ରେସ ସଭାପତି ଅମୀର କୁମାର ଭୂୟାଁ ପ୍ରତ୍ୟକ ପଞ୍ଚାୟତ ରେ କଂଗ୍ରେସର କର୍ମୀ ସମ୍ମିଳନୀ ଆୟୋଜନ କରି ଲୋକଙ୍କ ପାଖରେ କଂଗ୍ରେସ ପହଂଚିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଆଜି କୁକୁଡ଼ା ଖଣ୍ଡି ବ୍ଲକ ବଉଳ ଝୋଲି ଗ୍ରାମର ସଭାପତି ଙ୍କ ନିଜ ବାସ ଭବନ ପରିସରରେ ଦେଖିବାକୁ ମିଳିଛି କଂଗ୍ରେସର ମହାସମାବେଶ ।ଏହି ମହାସମାବେଶ ରେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ଉପସ୍ଥିତ ରେ ଜିଲ୍ଲା ବହୁ ଆଘଧାଡ଼ିର ବିଜେଡି ଓ ବିଜେପି ନେତା ଓ କର୍ମୀ ନିଜ ଦଳ ଛାଡି କଂଗ୍ରେସ ରେ ଯୋଗଦେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ଜିଲ୍ଲା OBC ସେଲ ସଭାପତି ଅମୀର କୁମାର ଭୂୟାଁ କହିଛନ୍ତି ଆଗାମୀ ଦିନରେ ଜିଲ୍ଲା ସଭାପତି ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରତ୍ୟେକ ସ୍ଥାନରେ ଯୁବ ଛାତ୍ର ସଙ୍ଘଠନ ସୃଷ୍ଟି କରାଯିବ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭାଇ ଭାଇ ପ୍ରିତିରେ ଗରୀବ ମାରଣା ନୀତି କରି ଗରିବ ଲୋକଙ୍କୁ ସମାଜରେ ଚଳିବା ପାଇଁ ଯେଉଁ କଷ୍ଟ ହେଉଛି ତାହାର ପ୍ରତିବାଦ ରେ ଜିଲ୍ଲାର ବିଭିନ୍ନ ବ୍ଲକ ସମ୍ମୁଖରେ ଗରିବଙ୍କ ଦାବି ଓ ଦରଦାମ ବୃଦ୍ଧି କୁ ନେଇ ଆନ୍ଦୋଳନ କରାଯିବ2ନେଇ ଚେତାବନୀ ଦିଆଯାଇଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।