You are currently viewing ବେଗୁନିଆପଡ଼ା ବିଇଓ କାର୍ଯ୍ୟାଳୟ ଆଗରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା
ବେଗୁନିଆପଡ଼ା ବିଇଓ କାର୍ଯ୍ୟାଳୟ ଆଗରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

କୋଦଳା (୦୮/୦୯/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦଫା ଦାବି ନେଇ ପ୍ରାଥମିକ ମିଳିତ ଶିକ୍ଷକ ସଂଘର ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ଦେବାପାଇଁ ସ୍ଥିର କରିଛନ୍ତି।
ଅବିକଳ କେନ୍ଦ୍ରୀୟ ହାର ଦରମା ୪୨୦୦ ଗ୍ରେଡ ପେ, ନୂତନ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ପ୍ରଦାନ କରିବା, ଠିକା ନିଯୁକ୍ତିକୁ ଉଚ୍ଛେଦ କରିବା ଏହି ଭଳି ଦାବି ନେଇ ଶିକ୍ଷକ ସଂଘର ଧାରଣା ଦେଇଛନ୍ତି।ଦରମା ବୃଦ୍ଧି ସହ ଅନ୍ଯାନ୍ଯ ଦାବି ନେଇ ପୂର୍ବରୁ ପ୍ରତିବାଦ କରାଯାଇଥିଲା ବେଳେ ଏନେଇ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦୀର୍ଘ ୯ ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ଶୁକ୍ରବାର ଠାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଆହ୍ଵାନ କ୍ରମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦାବି ପୂରଣ ହେବା ପର୍ଯ୍ୟନ୍ତ ଛୁଟିରେ ରହି କାର୍ଯ୍ୟ ଦିବସ ଗୁଡିକରେ ଧାରଣା ଦେବେ ବୋଲି କହିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।