You are currently viewing ସାନଖେମୁଣ୍ଡିକୁ ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ଦାବୀ କଲା ସିପିଆଇ ।
ସାନଖେମୁଣ୍ଡିକୁ ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ଦାବୀ କଲା ସିପିଆଇ ।

ସାନଖେମୁଣ୍ଡି ୧୦/୯ବର୍ଷାଭାବ ଓ ଚାଷ ଜମିକୁ ଜଳସେଚନ ଜନିତ ଅବ୍ୟବସ୍ଥା ଯୋଗୁଁ ସାନଖେମୁଣ୍ଡି ବ୍ଲକ୍ ର ସମସ୍ତ ପଞ୍ଚାୟତର ରାଜସ୍ବ ଗ୍ରାମରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ଖରିଫ୍ ଋତୁ ରେ ସାନଖେମୁଣ୍ଡି ବ୍ଲକ୍ ରେ ୬୦ ଭାଗ ଚାଷ ଜମି ପଡ଼ିଆ ପଡ଼ିଛି। ଧାନ ଫସଲରେ ଗର୍ଭଧାରଣ କରିବା ସମୟରେ ବ୍ୟାପକ ଚାଷ ଜମିରେ ଗୋରୁ ଚରୁଛନ୍ତି। ତଳି ଘରାରେ ଧାନତଳି ଜଳିଗଲାଣି। ରଘୁନାଥସାଗର ଖଇରବାଙ୍କ ଗୋପାଳଗଣ୍ଡ ଘୋଡାହାଡ ପ୍ରକଳ୍ପ ବ୍ରହ୍ନବରଦା ସମେତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାଳ ପୋଖରୀରେ ପାଣି ନାହିଁ। ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ସହ ସାନଖେମୁଣ୍ଡି ଚାଷୀ ଆସନ୍ନ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି। ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ୟୁନିଟ ଭାବେ ନେଇ ମରୁଡ଼ି ସ୍ଥିତି ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ଓ ସାନଖେମୁଣ୍ଡି ଅଞ୍ଚଳକୁ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ଘୋଷଣା କରିବ ପାଇଁ ସିପିଆଇ ସାନଖେମୁଣ୍ଡି ଅଞ୍ଚଳ ପରିଷଦ ପକ୍ଷରୁ ଦାବୀ କରାଯିବା ସହ ଆସନ୍ତା ୨୬ ତାରିଖରେ ପାର୍ଟି ଆନ୍ଦୋଳନ କରିବ ବୋଲି ପ୍ରକାଶ କରିଛି।ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ବୈଠକ ମହାନଳା ଠାକୁରାଣୀ ମନ୍ଦିର ପରିସରରେ ଭାସ୍କର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବା ସହ ସାନଖେମୁଣ୍ଡିରେ ଧାନଫସଲ ମରୁଡ଼ି ସମସ୍ୟା ନେଇ ଆନ୍ଦୋଳନ ଓ ଆଗାମୀ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡିରେ ବିଧାୟକ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ଗୃହୀତ କରିଛି। ବୈଠକରେ ଜିଲ୍ଳା ସମ୍ପାଦକ ପ୍ରକାଶ ପାତ୍ର ସହ ସମ୍ପାଦକ ପ୍ରଦୀପ ସେଠି ଜୋନାଲ ସମ୍ପାଦକ କୈଳାସ ପାତ୍ର ଅନନ୍ତ ମହାଙ୍କୁଡ ଭଗବାନ ରାଉତ ଅଶୋକ କୁମାର ଜେନା ଏ କୃଷ୍ଣମୂର୍ତ୍ତି ପାତ୍ର ବୃନ୍ଦାବନ ମହାଙ୍କୁଡ ପାଣ ସେଠି ରବୀନ୍ଦ୍ର ବିଶୋଇ ଏ ନରେନ୍ଦ୍ର ରେଡ଼ି ଉଦୟ ମଳୀକ ପ୍ରେମାନନ୍ଦ ବେହେରା ଗୋଲା ସ୍ଵାଇଁ ରବୀନ୍ଦ୍ର ପ୍ରଧାନଙ୍କ ସମେତ ପରିଷଦ ସଭ୍ୟ ମାନେ ଦଳୀୟ ସଂଗଠନ ଜନସଂପର୍କ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ ଓ ଆଲୋଚନା କରିଥିଲେ।