ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ପ୍ରାଚୀନ ଶକ୍ତି ପୀଠ ଓ ଗଞ୍ଜାମ ଜିଲ୍ଳାର ଅଧୃଷ୍ଠାତ୍ରୀ ଦେବୀ ମା’ ତାରା ତାରିଣୀ ଙ୍କ ସହସ୍ର କୁମ୍ଭ ଭିଷେକ ଓଷୋଡଶ ଦିନାତ୍ମକ ପୂଜା ଆସନ୍ତା କାଲି ଠାରୁଆରମ୍ଭ ହେବ | ଆଜି ସେବାୟତ ମହିଳାମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ 108 ପିତଳ ଗରାରେ ପୁରୋହିତ ଙ୍କଦ୍ୱାରା ଗଙ୍ଗା ଦେବୀଙ୍କୁ ଆବାହନ କରି ଯଥା ନିତି ସଂସ୍କାର କରି ପାଣି ଧରି ପାହାଡ଼ ଉପରକୁ ଖାଲି ପାଦରେ ଚାଲି, ଚାଲି, ମନ୍ଦିର ଉପରକୁ ଯାଇ ମାଙ୍କ ପାଖକୁ ଯାଇ ସେଠାରେ ଷୋଡଶ ଉପଚାର ପୁଜା କରି ମାଙ୍କ ସହସ୍ର କୁମ୍ଭା ଭିଷେକ କାର୍ଯ୍ୟ ଯଥାରୀତି ଅନୁସାରେ ପାଳନ କରାଯାଇଛି |

ଏହିକାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି କେ ରେଡ଼ୀ, ମନ୍ଦିର ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣା, ଙ୍କ ସହିତ ସବୁ ସେବାୟତ ଓ ତାଙ୍କ ସହଧର୍ମଣୀ, ଏବଂ ସମ୍ପର୍କୀୟ ମାନେ ଏହି କାର୍ଯ୍ୟ ରେ ସହଯୋଗ କରିବା ସହିତ ଘଣ୍ଟ, ମୃଦଙ୍ଗ, ଶଙ୍ଖ ର ତାଳେ ତାଳେ ତାଳେ ମନ୍ଦିର ରୁ ଚଳନ୍ତି ପ୍ରତିମା କୁ ବିମାନରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା | ସେଠରେ ରୀତିନୀତି ଅନୁସାରେ ପୁରୋହିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ରେ ସହସ୍ର କୁମ୍ଭା ଭିଷେକ କାର୍ଯ୍ୟ କରା ଯାଇ ମାଙ୍କୁପୁଣି ମନ୍ଦିର କୁ ନିଆ ଯାଇଥିଲା | ଏହି ଉଚ୍ଚବରେ ବିଭିର୍ଣ୍ଣ ସ୍ଥାନରୁ ବହୁ ଭକ୍ତ ଉପସ୍ଥିତ ହୋଇ ମାଙ୍କ ଦର୍ଶନ କରି ସେମାନଙ୍କ ପରିବାର ସହିତ ଜଗତର ମଙ୍ଗଳ କାମନା କରି ତାଙ୍କର ଚରଣରେ ଆଶ୍ରିତ ହୋଇ ଥିଲେ | ଧାରା ପୃଷ୍ଟ ରେ ପାପର ବିନାଶ ପାଇଁ ମା ଧରା ପୃଷ୍ଟକୁ ଏହି ସାରଦିୟ ଅବସର ରେ 16 ଦିନ ବ୍ୟାପି ଆଶ୍ୱିନ ମାସ କୃଷ୍ଣ ପକ୍ଷମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ମହା ନବମୀ ପର୍ଯ୍ୟନ୍ତ ଏହି ପୁଜା ଚାଲିବ |

ଏହି ଅବସରରେ ମା’ଙ୍କ ପ୍ରତିଦିନସକାଳେ ଓ ସନ୍ଧ୍ୟାରେ ବିଭିର୍ଣ୍ଣ ରୀତିକାନ୍ତି ଅବକାଶ, ମାଜଣା ସହିତ ଷୋଡଶ ଉପଚାର ପୁଜା, ଚଣ୍ଡୀପାଠ, ହୋମ, ଭୋଗ , ଆଳତି କାର୍ଯ୍ୟ କରାଯିବା ପାଇଁ ବ୍ୟବସ୍ତା ହୋଇଛି | ଭକ୍ତ ମାନଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ବିଭାଗ ର ଅଧିକାରୀ ଙ୍କ ସହ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଏହା ଉପରେ ଏକ ବୈଠକରେ ନିଷ୍ପତି ନିଆ ଯାଇଛି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
