You are currently viewing ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

୧୫୧ ମାମଲା ଫଇସଲା

ଭଞ୍ଜନଗର,୦୯/୧୨ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ବରିଷ୍ଠ ଦେୱ।ନୀ ଜଜ୍ ସୋମାଲିନ ମିଶ୍ର,ଏସ୍ଡିଜେଏମ୍ ଅମିତ କୁମାର, ଜେଏମ୍ଏଫସି ସନ୍ଧ୍ୟା ସୁଚରିତା ମୋଟ ୧୫୧ ଗୋଟି ମାମଲାର ବିଚାରଣ କରି ରାୟ ଶୁଣାଣଇ ଥିଲେ। ବିଚାର ହୋଇଥିବା ମାମଲା ଗୁଡ଼ିକରେ କ୍ଷତିଗ୍ରସ୍ତ ମାନଙ୍କୁ ୧ କୋଟି ୬୬ ଲକ୍ଷ ୫୯ ହଜାର ୩୦୭ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ଶୁଣାଣୀ ହୋଇଥିଲା। ମଟରଯାନ ଦୁର୍ଘଟଣା ଓ ଦୁର୍ଘଟଣାରେ ଜନିତ କ୍ଷତିପୂରଣ ମାମଲା ସଂକ୍ରାନ୍ତ ୪୨ ଟି ମାମଲାର ବିଚାର କରି ମୃତକଙ୍କ ପରିବାର ଲୋକଙ୍କୁ ୧ କୋଟି ୨୮ଲକ୍ଷ ୬୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ବୀମା କମ୍ପାନି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଅନ୍ୟାନ୍ୟ ମାମଲାର ବିଚାରଣ କରି ରାୟ ଶୁଣାଇଥିଲେ। ତାଲୁକା ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ,ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ସୋମନାଥ ନାୟକ,ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼, ଆଇନଜୀବୀ ସନ୍ତୋଷ ତିଆଡ଼ି,ବଂଶୀଧର ପ୍ରଧାନ,ଦେବୀ ପ୍ରସାଦ ତ୍ରିପାଠୀ,ଅରୁଣ ପାଢ଼ୀ, ସମୀର ନାୟକ,ରଜନୀକାନ୍ତ ପଟ୍ଟନାୟକ,କୁନା ନାୟକ,ସୁଧୀର ରଞ୍ଜନ ମହାପାତ୍ର, ସୁଶାନ୍ତ ତ୍ରିପାଠୀ ସମେତ କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ, ସୁନୀଲ ମୁଦୁଲି,ପବିତ୍ର ପ୍ରଧାନ,ରାମା ରାଓ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।