ଖଲ୍ଲିକୋଟ :19/1 ଆଗାମୀ 22 ତାରିଖ ଦିନ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା କୁ ଖଲ୍ଲିକୋଟ ର ଗାଁ ଗାଁ ରେ ରାମ ମୟ ପରିବେଶ ସୃଷ୍ଟି ସାଙ୍ଗକୁ ହରିବୋଲ ହୁଳହୁଳି ମଧ୍ୟ ରେ ଗ୍ରାମ ବାସି ମାନେ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥିବା ଅକ୍ଷତ ଗୁଆ ଓ ନିମନ୍ତ୍ରଣ ପତ୍ର |ବ୍ଲକ ଅନ୍ତର୍ଗତ ବଧି ନୂଆପଲ୍ଲୀ ପଂଚାୟତ ସରପଞ୍ଚ ପୁଷ୍ପଲତା ଚହଟ ରାୟ ଓ ସମିତି ସଭ୍ୟ ପ୍ରମିଳାଭୂୟାଁ ଉକ୍ତ ଗୁଆ ଓ ନିମନ୍ତ୍ରଣ ପତ୍ର କୁ ଗ୍ରହଣ କରି ଏକ ଭବ୍ୟ ପରିବେଶ ସଂକୀର୍ତନ ମାଧ୍ୟମ ରେ ଘର ଘର ବୁଲି ଗୁଆ ଓ ନିମନ୍ତ୍ରଣ ବଣ୍ଟନ କରିଥିଲେ |

ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ଭାରତୀ ବେହେରା ନିର୍ବାଚନ ମଣ୍ଡଳୀ ବିଜେପି ସଂଯୋଜକ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ବିଜେପି ନଗର ସଭାପତି ଓ ପ୍ରାକ୍ତନ ନଗରପାଳ ଶଙ୍କର ପ୍ରସାଦ ନାହାକ, ଯୁବ ବିଜେପି ନେତା ସଞ୍ଜୟ କୁମାର ଜେନା, ଯୁବ ମୋର୍ଚା ସଭାପତି ଜଗନ୍ନାଥ ଭୂୟାଁ, ମିଡ଼ିଆ ସେଲ ର ଶମ୍ଭୁ ପ୍ରଧାନ, ଦିଲୀପ ବାରିକ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ଅଂଶ ଗ୍ରହଣ କରିଥିଲେ |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
