You are currently viewing ଶୀତଳ ଭଣ୍ଡାର ଓ ପରିବା ମଣ୍ଡି ଅଭାବ ରୁ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ଫୁଲ କୋବି ଚାଷୀ, ଶ୍ରମିକ ଓ ଗାଡି ଖର୍ଚ କୋବି ଦର ନିଅଣ୍ଟ |
ଶୀତଳ ଭଣ୍ଡାର ଓ ପରିବା ମଣ୍ଡି ଅଭାବ ରୁ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ଫୁଲ କୋବି ଚାଷୀ, ଶ୍ରମିକ ଓ ଗାଡି ଖର୍ଚ କୋବି ଦର ନିଅଣ୍ଟ |

ଖଲ୍ଲିକୋଟ ; 20/1ଚଳିତ ରବି ଋତୁ ରେ ପାଗ ଅନୁକୂଳ ଥିବାରୁ ଏ ବର୍ଷ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଫୁଲ କୋବି, ପୁଡା କୋବି ଓ ଫଳ କୋବି ପ୍ରଚୁର ଫଳିବା ସାଙ୍ଗକୁ ବିଲାତି ଓ ଅନ୍ୟ ପରିବା ଉତ୍ପାଦନ ବୃଦ୍ଧି ପାଇଛି |ତେବେ ପରିବା ଚାଷୀ ମାନେ ପରିବା ଚାଷ କରି ଦି ପଇସା ରୋଜଗାର କରିବା ପାଇଁ ଆଶା ରଖିଥିବା ବେଳେ ହଠାତ ଫୁଲ କୋବି ର ହୋଲସେଲ ଦର ହ୍ରାସ ପାଇଁ 2 ଟଙ୍କା କୁ ଖସି ଥିବା ଯୋଗୁ ଫୁଲ ଚାଷୀ ମାନେ ଅଭାବୀ ବିକ୍ରି ର ଶିକାର ହେଉଥବା ଚାଷୀ ମାନେ ପ୍ରକାଶ କରିଛନ୍ତି |କୋବି କୁ ସଂଗ୍ରହ କରିବା ପାଇଁ ଶ୍ରମିକ ମାନଙ୍କ ଖର୍ଚ୍ଚ ଓ ନିକଟସ୍ଥ ସହର ରେ ବିକ୍ରି କରିବା ପାଇଁ ପରିବହନ ଖର୍ଚ୍ଚ ବାହାରୁ ନଥିବାରୁ ଚାଷୀ ମାନେ ଫୁଲ କୋବି ପଦର ରେ ଗାଇ ଗୋରୁ ଛାଡି ଦେଉଥିବା କୋବି ଚାଷୀ ମାନେ ଦୁଃଖ ର ସହ ପ୍ରକାଶ କରିଛନ୍ତି |

କୋବି ଚାଷ ପାଇଁ ଏକର ପିଛା ସାର, କୀଟନାଶକ ଔଷଧ ଓ ଜଳସେଚନ ଓ କୃଷି ଶ୍ରମିକ ଖର୍ଚ୍ଚ ସହ 1500 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୋବି ଚାଷ ରୁ ମୂଳଧନ ଉଠୁନଥିବା ଚାଷୀଙ୍କ ସୂତ୍ର ରୁ ଜଣାପଡିଛି |ସେହିପରି ବିଲାତି, ପତ୍ର କୋବି, ଫଳ କୋବି ଭଳି କୋବି ଜାତୀୟ ଫସଲ ରେ ଅଭାବୀ ବିକ୍ରି ଦେଖାଦେଇଇଛି | ରାଜ୍ୟ ସରକାର ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର କରିବା ପାଇଁ ଘୋଷଣା କରିଥିବା ବେଳେ ଏଯାବତ ପ୍ରତିଷ୍ଠା ହୋଇ ନଥିବାରୁ ପରିବା ଚାଷୀ ମାନେ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି | ପ୍ରତି ବ୍ଲକ ରେ ପରିବା ମଣ୍ଡି କିମ୍ବା ଦୁଗ୍ଧ ଚେନ ଭଳି ପରିବା ରପ୍ତାନି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରିବା ଚାଷୀ ମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |ଏପରିକି ବହୁ ଏସ ଏଚ ଜି ମହିଳା ପରିବା ଚାଷୀ ମାନେ ଗ୍ରୁପ ଋଣ ଆଣି କ୍ଷତି ସହିଥିବା ପ୍ରକାଶ କରିଛନ୍ତି |ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ବ୍ଲକ ର କଞ୍ଚଣା, କନକା , ସମେତ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ, ସମେତ ଶେରଗଡ଼, ଭଞ୍ଜନଗର, ଗଞ୍ଜାମ ବ୍ଲକ ର ପରିବା ଚାଷୀ ମାନେ ବର୍ଷ ର ଅଧିକାଂଶ ସମୟ କୋବି ସମେତ ଅନ୍ୟାନ୍ୟ ପରିବା ଚାଷ କରିଥାନ୍ତି |

ଏଣେ ଗଞ୍ଜାମ ରେ କୋବି ର ଅଭାବୀ ବିକ୍ରି ରେ ଚାଷୀ ଶିକାର ହେଉଥିବା ବେଳେ ଫୁଲବାଣୀ, ରାଇକିଆ ରୁ ମଧ୍ୟ କୋବି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ କୁ ଆସୁଛି |କୋବି ର ଅଭାବୀ ବିକ୍ରି ରୁ ମଧ୍ୟସ୍ଥି ପରିବା ଚାଷୀ ମାନେ ଖୋଲା ବଜାର ରେ କିଲୋ 20 ଟଙ୍କା ରେ ବିକି ମୁନ|ଫା ଉଠାଉଥିବା ଦେଖିବାକୁ ମିଳୁଛି |
(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )