ଖଲ୍ଲିକୋଟ ; 22/1 ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ନିକଟରେ ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ରେ ବସି ଥିବା ସ୍ୱାମୀ ସ୍ତ୍ରୀ ଙ୍କର ମୃତୁ ଘଟଥିବା ଜଣାପଡିଛି | ସୂଚନା ଅନୁଯାଇ ସୋମବାର ଦିନ10 ଘଣ୍ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ 50 ଓ ତାଙ୍କ ଧର୍ମପତ୍ନୀ କାବୁଲି ପ୍ରଧାନ 45 ନାରାୟଣୀ ଛକ ସ୍ଥିତ ପେଟ୍ରୋଲ ଟାଙ୍କି ରେ ପେଟ୍ରୋଲ ପକାଇ ଜାତୀୟ ରାଜପଥ କୁ ତାଙ୍କ ବାଇକ ନମ୍ବର ଓଡି – 02 ଏଚ 9180 ଯୋଗେ ଆସୁଥିବା ବେଳେ ହଠାତ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା wB- 10 C- 0270 ଏକ କାର ଦ୍ରୁତଗତି ରେ ଆସି ବାଇକ କୁ ଧକ୍କା ଦେଇଥିଲା |ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ି ଛଟପଟ ହେଉଥିବା ବେଳେ ଉଭୟ ଙ୍କୁ 108 ଓ ଅଗ୍ନିଶମ ସେବା କର୍ମଚାରୀ ଦ୍ୱାରା ଖଲ୍ଲିକୋଟ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ଭର୍ତ୍ତି କରବା ପରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ବ୍ୟବଚ୍ଛେଦ ପାଇଁ ହସ୍ପତାଳ ର ଶବ ଗୃହ ରେ ରଖି ତଦନ୍ତ ଚାଲିଇବା ସହ ଦୁର୍ଘଟଣା ଘଟଇଥିବା କାର କୁ ଭେଜିଫୁଟ ଫାଣ୍ଡି ରେ ରଖିଥିବା ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
