You are currently viewing ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ କରାଗଲା ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ “
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ କରାଗଲା ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ “

ବ୍ରହ୍ମପୁର :୩/୨- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଣ୍ଟିକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର୍, ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା l ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ କାର୍ଯ୍ୟାଳୟ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଥିଲା l ଆଜି ପ୍ରତି ଓଡ଼ିଆ ଙ୍କ ମନରେ ଉତ୍ସାହ ଓ ଆନନ୍ଦ ସହ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଯାଇଛି l ଏହି ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ଵର ସମସ୍ତ ଓଡ଼ିଆ ଙ୍କୁ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପୀଢ଼ି ଙ୍କୁ ଓଡ଼ିଆ ଭାଷା ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର l