ଧରାକୋଟ 9/2/24
ଧରାକୋଟ ସତସଙ୍ଗ ବିହାର ଜାନିବିଲି ଠାରେ ଶ୍ରି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପୁଣ୍ୟ 136 ତମ ଜନ୍ମତିଥି ଓ ତ୍ରୟୋଦଶ ତମ ବାର୍ଷିକ ମହୋଉତ୍ସବ ପାଳନ ହୋଇଯାଇଛି। ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ, ନହାବତ,ଉଷା କୀର୍ତ୍ତନ,ପ୍ରାତଃ ବିନତି, ନାମଜପ ପରେ ସଦଗ୍ରନ୍ଥ ଓ ପ୍ରଣାମ ନିବେଦନ କରାଯାଇଥିଲା । ଏହା ପରେ ବିଶ୍ଵଶାନ୍ତି ପାଇଁ ପୁରୁଷୋତ୍ତମ ସ୍ବସ୍ତି ମହାଯଜ୍ଞ ପରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ସତସଙ୍ଗ ବିହାର ସଭାପତି ତଥା ସହ ପ୍ରତି ରିତ୍ୱିକ ଲିଙ୍ଗରାଜ ସ୍ବାଇଁ ଙ୍କ ସଂଯୋଜନାରେ ପ୍ରବଚନ କାର୍ଯ୍ୟକ୍ରମ ରେ ପ୍ର ରି ଡ ବିନାୟକ ମହାପାତ୍ର, ସ ପ୍ର ରି ଶ୍ରୀଧର ସୁନ୍ଦର ମିଶ୍ର,ରବୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ଶ୍ରୀ ଶ୍ରୀ ଠାକୁର ଙ୍କ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଣୀତ ମୁଖ ନିଶୃତ ବାଣୀ ଉପସ୍ଥିତ ଗୁରୁ ଭାଇ ଓ ଗୁରୁ ମା ମାନଙ୍କୁ ଶୁଣାଇଥିଲେ ।

କାର୍ଯ୍ୟକ୍ରମ କୁ କେ ଟୁନା ଦୋରା ପରିଚାଳନା କରିଥିବା ବେଳେ ମାଝିରାମ ପ୍ରଧାନ ,ରାଜେନ୍ଦ୍ର ରେଡ୍ଡୀ,ଗୋପବନ୍ଧୁ ଗୌଡ଼ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
