You are currently viewing ଆର୍ଯ୍ୟନ ଏକାଡେମୀ ତରଫରୁ ସଫଳ ବିଦ୍ୟାର୍ଥୀ ଙ୍ସମ୍ବର୍ଦ୍ଧନା ଉତ୍ସବ
ଆର୍ଯ୍ୟନ ଏକାଡେମୀ ତରଫରୁ ସଫଳ ବିଦ୍ୟାର୍ଥୀ ଙ୍ସମ୍ବର୍ଦ୍ଧନା ଉତ୍ସବ

ଖଲ୍ଲିକୋଟ : 18/2 – ରବିବାର ଆରୀୟାନ ଏଜୁକେସନାଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏକ କୃତିତ୍ୱ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଅଧ୍ୟାପକ ଶ୍ରୀମାନ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଖଲ୍ଲିକୋଟ KESA(Khallikote Ex-Serviceman Association) ର ସଭାପତି ତଥା ଭାରତୀୟ ସୈନ୍ୟ ବିଭାଗର ଅବସରପ୍ରାପ୍ତ କର୍ଣ୍ଣେଲ୍ ଶ୍ରୀଯୁକ୍ତ କିଶୋର ବିଷୋୟୀ ମୁଖ୍ୟ ଅତିଥି , ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଭୁକ୍ତ ଅଙ୍ଗାର ଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିପ୍ର ଚରଣ ସାହୁ ମୂଖ୍ୟ ବକ୍ତା, ଶ୍ରୀ କାମେଶ୍ଵର ସାହୁ(ରସାୟନବିତ ଅଧ୍ୟାପକ , ଆର୍. ସି.ଏମ୍ ବିଜ୍ଞାନ ମହାବିଦ୍ୟାଳୟ) ସ୍ଵତନ୍ତ୍ର ଅତିଥି ରୂପେ ଯୋଗଦେଇ ସଭା ସୌନ୍ଦର୍ଯ୍ୟ ବର୍ଦ୍ଧିତ କରିଥିଲେ । ଏହି ସଭାରେ ଆମନ୍ତ୍ରିତ ଅତିଥି ଭାବରେ ଶ୍ରୀ ସୂର୍ଯ୍ୟ ନାରାୟଣ ରାଉଳ(ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ,ଆର୍. ସି.ଏମ୍ ବିଜ୍ଞାନ ମହାବିଦ୍ୟାଳୟ), ଶିକ୍ଷକ ଶ୍ରୀ ଚିରଞ୍ଜିବୀ ଖୁଣ୍ଟିଆ, ଶ୍ରୀମାନ ବିକାଶ ସାହୁ(ନିର୍ଦ୍ଦେଶକ, ବିକାଶ ଟ୍ୟୁଟୋରିଆଲ୍, ଖଲ୍ଲିକୋଟ), ଶିକ୍ଷକ ଶ୍ରୀମାନ ପ୍ରଶାନ୍ତ ଜେନା, ଶ୍ରୀମାନ ପ୍ରହଲ୍ଲାଦ ନାହାକ(ଅର୍ଥନୀତି ଅଧ୍ୟାପକ, ଆର୍. ସି.ଏମ୍ ବିଜ୍ଞାନ ମହାବିଦ୍ୟାଳୟ), ଶ୍ରୀ ତାପସ ସେଠୀ(ଅଧ୍ୟାପକ,ଆରୀୟାନ ଏକାଡ଼େମୀ), ଶ୍ରୀ ଅମର ସାହୁ(ଅଧ୍ୟାପକ,ଆରୀୟାନ ଏକାଡ଼େମୀ), ସୁଶ୍ରୀ ଶିବାନୀ ଦେବୀ(ଅଧ୍ୟାପକ,ଆରୀୟାନ ଏକାଡ଼େମୀ), ଶ୍ରୀମାନ ସୁନୀଲ ସ୍ୱାଇଁ(କମ୍ପ୍ୟୁଟର ପରିଚାଳକ,ଆରୀୟାନ ଏକାଡ଼େମୀ)ଶ୍ରୀମାନ ମିଥୁନ ଜେନା(ଅଧ୍ୟାପକ,ଆରୀୟାନ ଏକାଡ଼େମୀ), ଶ୍ରୀମାନ ଚିତ୍ରସେନ ଜେନା(ଓଡ଼ିଆ ଅଧ୍ୟାପକ, ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର) ତଥା ଅନ୍ୟାନ୍ୟ ଶିକ୍ଷାବିତ୍ ଓ ସାମ୍ବାଦିକ ଯୋଗ ଦେଇଥିଲେ । ବକ୍ତବ୍ୟ ଓ ସମ୍ଭାଷଣ ମାଧ୍ୟମରେ ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କର କେନ୍ଦ୍ର ଏବଂ ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ସଫଳତା, ଚରିତ୍ର ଗଠନ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଦିଗ୍ ଦର୍ଶନ କରାଇଥିଲେ ।

ଖଲ୍ଲିକୋଟ ଓ ବେଗୁନିଆପଡ଼ା ଅଞ୍ଚଳର ୬ ଜଣ ଓଡ଼ିଶା ପୋଲିସ୍ ବିଭାଗରେ କାର୍ଯ୍ୟରତ, ୫ ଜଣ ଓଡ଼ିଶା ଅଗ୍ନିଶମ ବାହିନୀରେ ସଫଳତାପ୍ରାପ୍ତ ଏବଂ ୧ ଜଣ ଭାରତୀୟ ନୌସେନା ବାହିନୀରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହିତ ସମସ୍ତ ଅତିଥି , ଗୁରୁଜନ ଓ ଅଭିଭାବଙ୍କମାନଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା।
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )