You are currently viewing ଶଲ୍ୟ ଚିକିତ୍ସା ପାଇଁ ଚାରି ଜଣ ଶିଶୁ ଗଲେ ନାରାୟଣ ହୃଦୟାଳୟ ରାଇପୁର
ଶଲ୍ୟ ଚିକିତ୍ସା ପାଇଁ ଚାରି ଜଣ ଶିଶୁ ଗଲେ ନାରାୟଣ ହୃଦୟାଳୟ ରାଇପୁର

ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା କୋଦଳାର ସୁବାଷ ପ୍ରଧାନଙ୍କ ୧୨ ବର୍ଷର ଝିଅ ସ୍ନେହଲତା ପ୍ରଧାନ, ତାଳସର ଗ୍ରାମର ତ୍ରିନାଥ ମହାରଣା ଙ୍କ ୯ ବର୍ଷର ପୁଅ ସନ୍ତୋଷ ମହାରଣା ଓ ସନ୍ତୋଷ କୁମାର ମହାରଣା ଙ୍କ ୧୦ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳୀ ମହାରଣା, ମାରୁଡିପଲ୍ଲୀ ଗ୍ରାମର ସଞ୍ଜୟ କୁମାର ପାତ୍ରଙ୍କ ୧୩ ବର୍ଷର ପୁଅ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ରାଇପୁର ସ୍ଥିତ ନାରାୟଣ ହୃଦୟାଳୟକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ଆର ବି ଏସ କେ ଟିମ କାର୍ଯ୍ୟ କରୁଛନ୍ତି | ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ପରାମର୍ଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲାଯେ ସେମାନଙ୍କ ହାର୍ଟରେ ଛିଦ୍ର ଅଛିବୋଲି ! ଆଜି ସେମାନଙ୍କୁ କୋଦାଳରୁ ଗାଡି ଯୋଗେ ବ୍ରହ୍ମପୁର ଓ ସେଠାରୁ ରେଳ ଯୋଗେ ରାଇପୁରର ନାରାୟଣ ହୃଦୟାଳୟକୁ ପଠାଯାଇଛି ! ଏହିପରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସ୍ତରରୁ ଚି଼ହ୍ନଟ ହୋଇଥିବା ଆଉ ଛବିଶି ଜଣ ଶିଶୁଙ୍କୁ ମଧ୍ୟ୍ୟ ଚିକିତ୍ସା ପାଇଁ ଆଜି ରାଇପୁର ସ୍ଥିତ ନାରାୟଣ ହୃଦୟାଳୟ କୁ ପଠାଯାଇଛି ! ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଓ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ ସମସ୍ତ ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି , ଆର ବି ଏସ କେ ସହପରିଚାଳିକା ସୁଶ୍ରୀ ଲୋପାମୁଦ୍ରା ମିଶ୍ର ଓ କମ୍ପୁଟର ପରିଚାଳକ ଶ୍ରୀ ନିହାର ରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଓ ଆୟୁଷ ଡାକ୍ତର ଲିଙ୍ଗରାଜ ଶତପଥୀ , ଡା ଗୋଷ୍ଟାବିହାରୀ ପାତ୍ର , ଡ଼ା ମନୋରଞ୍ଜନ ପଣ୍ଡା ସେମାନଙ୍କର ସାଙ୍ଗରେ ଯାଇଛନ୍ତି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆର ବି ଏସ କେ ଟିମ ର ଉତ୍ତମ ସେବା ପାଇଁ ସାଧୁବାଦ ଅର୍ପଣ କରିଛନ୍ତି l
ପ୍ରକାଶ ଯୋଗ୍ୟ ଜେ ତୃଣମୂଳ ସ୍ତରରେ ଶିଶୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଉତ୍ତମ ସେବା ଯୋଗାଇଦେଇ ଆସୁଥିବା ଆୟୁଷ ଡାକ୍ତର ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀ ଦୀର୍ଘ ଦଶ ବର୍ଷ ରୁ ଅଧିକ ସମୟ ହେଲା ଠିକା ପ୍ରଥା ଏବଂ ସ୍ୱଳ୍ପ ବେତନ ରେ ନିଯୁକ୍ତ ଅଛନ୍ତି l ବାରମ୍ବାର ସେମାନେ ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ସୁଧା ଏଯାବତ କୌଣସି ସୁଫଳ ପାଇନାହାନ୍ତି l ସେମାନଙ୍କୁ ନିୟମିତ କରାଗଲେ ସେମାନଙ୍କ ପରିବାର ଆର୍ଥିକ ସଙ୍କଟ, ତଥା ମାନସିକ ନିର୍ଯ୍ୟାତନା ରୁ ମୁକ୍ତି ପାଇବ ତଥା ଶିଶୁ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ ହୋଇପାରିବ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ଲୋ
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।