You are currently viewing ଅତିରିକ୍ତ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା, ନୂତନ ବୁଥ ଗଠନ
ଅତିରିକ୍ତ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା, ନୂତନ ବୁଥ ଗଠନ

ଆସନ୍ତା 2024 ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅତିରିକ୍ତ ବୁଧବାର ଦିନ ବେଗୁନିଆପଡା ବ୍ଲକ ପରିସରରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ରିଟନିଂ ଅଫିସର ପ୍ରମୋଦ ପୃଷ୍ଟି । ସେ ବିଭିନ୍ନ ବୁଥ ବୁଲି ଦେଖିବା ସହ କିପରି ଶୃଙ୍ଖଳିତ ଭାବେ ମତଦାନ କରାଯାଇ ପାରିବ ସେ ବିଷୟରେ ସଚେତନ କରିଥିଲେ । ଏଥିସହ ଏହି ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମର 197 ବୁଥ ରେ 1548 ଜଣ ଭୋଟର ଥିବାରୁ ନିର୍ବାଚନ ନିୟମ ପ୍ରକାରେ ଓ ଶୃଙ୍ଖଳିତ ମତଦାନ ଦୃଷ୍ଟିରୁ ଦୁଇଟି ବୁଥ ହେବା କଥା । ତେଣୁ ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରି ଖଣ୍ଡିଆ ନଈ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ 197 ବୁଥ ବିଦ୍ୟାଳୟର ପୂର୍ବପଟ କକ୍ଷ ରେ କରାଯାଇ ଭୋଟର ତାଲିକାର ଏକ ଠାରୁ 755 ପର୍ଯ୍ୟନ୍ତ ଭୋଟର ମତଦାନ କରିବେ, ସେହିପରି 197 କ ବୁଥ ରେ ଭୋଟର ତାଲିକାର 756 ଠାରୁ 1548 ପର୍ଯ୍ୟନ୍ତ ଭୋଟର ମତଦାନ କରିବା ପାଇଁ ନିଷ୍ପତି କରାଯାଇଥିଲା । ଏଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ, ଜିପିଡିଓ ଅଶୋକ କୁମାର ଜେନା ଙ୍କ ସମେତ ଜନ ସାଧାରଣ ଉପସ୍ଥିତ ଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟଆଇ ଜେ ବି ନିୟୁଜ।