ଆସିକା,୨୨/୩ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାର ସମସ୍ତ ଦଳୀୟ ନେତାମାନେ ଯଦିଓ ନିର୍ବାଚନକୁ ନେଇ ସେତେ ବ୍ୟସ୍ତ ଥିବା ଜଣା ପଡୁନି, କିନ୍ତୁ ପୂର୍ବ ନିର୍ଦ୍ଧାରିତ ସର୍ଭେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ। କେତେବେଳେ କେଉଁ ସମୟରେ କିଛି ଖବର ଲୋକ ଲୋଚନକୁ ଆସିପାରେ
ବିଗତ ଦୁଇ ମାସ ହେବ ଆସିକାରେ ସମାଜସେବୀ ମନୋଜ ନାହାକଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିରୋଧୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶ୍ରୀ ନାହାକ ଦୀର୍ଘ ତିନି ଦଶନ୍ଧି ଧରି ରାଜନୀତି ଓ ସମାଜସେବା କ୍ଷେତ୍ରରେ ସକ୍ରିୟ ଅଛନ୍ତି। ତାଙ୍କ ପିତା ଶ୍ରୀ ଅଭିମନ୍ୟୁ ନାହାକ ମଧ୍ୟ ଜଣେ ବରିଷ୍ଠ ରାଜନେତା। ମନୋଜଙ୍କ ଉତ୍ତମ ବ୍ୟବହାର ଓ ମିଷ୍ଟଭାସା ପ୍ରବୃତ୍ତି ଯୋଗୁଁ ସେ ଆସିକା ଅଞ୍ଚଳରେ ସମସ୍ତଙ୍କ ପ୍ରୀୟଭାଜନ ହୋଇ ପାରିଛନ୍ତି।

ଶ୍ରୀ ନାହାକ ଆଇ ଟି ପି ପିଙ୍କ୍ କ୍ଳିନିକର ଓଡ଼ିଶା ରାଜ୍ୟ ଦାୟିତ୍ଵରେ ମଧ୍ୟ ଅଛନ୍ତି। ଯାହା ଦ୍ଵାରା ଅନେକ ମହିଳା ସ୍ଥନ କର୍କଟର ମାଗଣା ପରୀକ୍ଷା କରେଇବା ସହ ସ୍ଥନ କର୍କଟ ନେଇ ମଧ୍ୟ ସଚେତନ ହେଉଛନ୍ତି। ଶ୍ରୀ ନାହାକ ପିଲାଟି ଦିନରୁ ପରୋପକାରକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ଏହା ଯୋଗୁଁ ଆସିକା ଅଞ୍ଚଲର ଅନେକ ବ୍ୟକ୍ତି ଉପକୃତ ହୋଇଛନ୍ତି। ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ଯିଏ ଯେତେବେଳେ ଫୋନ କରେ ସିଏ ଉପକୃତ ହୋଇଛି। ସେଥିପାଇଁ ଆଗାମୀ ସାଧାରଣ ନିର୍ବାଚନରେ ଆସିକା ବିଧାନସଭା ନିର୍ବାଚନ ମଣ୍ତଲିରେ ଭାଗନେବେ ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଶଙ୍ଖ ଭବନରୁ ଗ୍ରୀନ ସିଗନାଲ ମଧ୍ୟ ମିଳି ସାରିଛି। ଖୁବ୍ ଶୀଘ୍ର ବିଜୁ ଜନତା ଦଳର ସଭାପତି ଶ୍ରୀ ମନୋଜ ନାହାକଙ୍କ ନାମ ଘୋଷଣା କରିବେ ବିଶେଷ ସୂତ୍ରରୁ ଜଣାପଡିଛି। ଏଣୁ ବର୍ତ୍ତମାନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମନୋଜଙ୍କ ନାମ ସବୁଠାରୁ ଆଗରେ ରହିଛି। ବର୍ତ୍ତମାନର ବିଧାୟିକା ନିଜ କର୍ମୀ ମାନଙ୍କୁ ଅଣଦେଖା କରିବା ଯୋଗୁଁ ଏବଂ ପାଞ୍ଚ ବର୍ଷରେ ନିର୍ବାଚନ ମଣ୍ଡଳୀକୁ ପଙ୍ଗୁ କରିଦେବା ଯୋଗୁଁ ତାଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ୍ୟ ହୋଇପାରେ।
